Advertisment

Major Tragedy in Cuttack: କଟକରେ କୋଠା ଭୁଶୁଡ଼ି ୩ ମୃତ , ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀ

କଟକ ସହର ସ୍ଥିତ ମଣି ସାହୁ ଛକରେ କୋଠା ବାଲକୋନୀ ଭୁଶୁଡ଼ି ୩ ଜଣଙ୍କ ଜୀବନ ଯାଇଛି । କୁହାଯାଉଛି, ଏକ ପୁରୁଣା କୋଠାର ବାଲକୋନି ଭୁଶୁଡ଼ିବାରୁ ଘଟିଛି ଏହି ଅଘଟଣ।

author-image
Manas Ranjan Mohanty
CTC

CTC Photograph: (OTV)

କଟକ ସହର ସ୍ଥିତ ମଣି ସାହୁ ଛକରେ କୋଠା ବାଲକୋନୀ ଭୁଶୁଡ଼ି ୩ ଜଣଙ୍କ ଜୀବନ ଯାଇଛି । କୁହାଯାଉଛି, ଏକ ପୁରୁଣା କୋଠାର ବାଲକୋନି ଭୁଶୁଡ଼ିବାରୁ ଘଟିଛି ଏହି ଅଘଟଣ। କୋଠାର ବାଲକୋନୀ, ଏକ ଆଜବେଷ୍ଟସ୍ ଘର ଉପରେ ପଡ଼ିଛି। ଫଳରେ ଗୁରୁତର ହୋଇଥିଲେ ୩ ଜଣ। ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି। ବର୍ତ୍ତମାନ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଜାରି ରଖିଛନ୍ତି ଉଦ୍ଧାର କାର୍ଯ୍ୟ। ମୃତକ ୩ ଜଣଙ୍କ ମଧ୍ୟରୁ ଗୋଟିଏ ୫ ବର୍ଷ ଶିଶୁ ରହିଛି। ତା ନାଁ ଅବଦୁଲ୍ ମୁଜାହିଦ୍। ସେହିପରି ଅନ୍ୟ ୨ ଜଣଙ୍କ ନାଁ ଅବଦୁଲ୍ ଜଲିଲ୍ ଏବଂ ଅବଦୁଲ୍ ଜାହିଦ୍ ବୋଲି ସୂଚନା ମିଳିଛି।... 

Advertisment

କଟକରେ କୋଠା ଭୁଶୁଡ଼ି ୩ ମୃତ
କଟକ ମଣି ସାହୁ ଛକରେ ଭୁଶୁଡ଼ିଲା କୋଠା ବାଲକୋନି
ପୁରୁଣା ଆପାର୍ଟମେଣ୍ଟର ବାଲକୋନି ଭୁଶୁଡ଼ିବାରୁ ଅଘଟଣ
ଆପାର୍ଟମେଣ୍ଟର ବାଲକୋନି ଆଜବେଷ୍ଟସ୍  ଘର ଉପରେ ପଡ଼ିଛି
ସମସ୍ତେ ଗୋଟିଏ ପରିବାରର, ମୃତକଙ୍କ ମଧ୍ୟରେ ଜଣେ ଶିଶୁ
ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀ
ମୃତ ୫ ବର୍ଷର ଶିଶୁ ଅବଦୁଲ୍ ମୁଜାହିଦ୍
ଅନ୍ୟ ୨ ମୃତକ ଅବଦୁଲ୍ ଜଲିଲ୍ ଓ ଅବଦୁଲ୍ ଜାହିଦ୍ 

Advertisment
Related Articles
Advertisment