Advertisment

Major Plane Crash: ପୁଣି ବଡ଼ ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ଯାତ୍ରୀ ମୃତ

ଭେନେଜୁଏଲା ସୀମାରେ ବଡଧରଣର ବିମାନ ଦୁର୍ଘଟଣା । ବିମାନ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୨ କ୍ର୍ୟୁ ମେମ୍ବର ସହ ୧୩ ଜଣ ବିମାନ ଯାତ୍ରୀ।

Plane Crash

Plane Crash Photograph: (OTV)

Advertisment

ଭେନେଜୁଏଲା ସୀମାରେ ବଡଧରଣର ବିମାନ ଦୁର୍ଘଟଣା । ବିମାନ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୨ କ୍ର୍ୟୁ ମେମ୍ବର ସହ ୧୩ ଜଣ ବିମାନ ଯାତ୍ରୀ । ଏହି ବିମାନଟି ଷ୍ଟେଟ ଏୟାରଲାଇନ ସତେନା ଦ୍ବାରା ପରିଚାଳନା ହେଉଥିଲା। କଲମ୍ବିଆ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି ।

Advertisment

ଓକୋନାରେ କ୍ରାସ୍ ପୂର୍ବରୁ ପାଇଲଟଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ଓକାନା ର କୁକୁଟାରୁ ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଦୁର୍ଘଟଣା ପରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Plane Crash Venezuela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ