Advertisment

Jatra Party Bus Overturns: ଅପେରା ସାରି ଫେରିବା ବେଳେ ବଡ଼ ଦୁର୍ଘଟଣା, ଯାତ୍ରା ପାର୍ଟି ବସ୍ ଓଲଟି ୨୦ ଆହତ

ଅପେରା ୱେଷ୍ଟର୍ଣ୍ଣ ଓଡିଶା ଯାତ୍ରା ପାର୍ଟି ବସ ଦୁର୍ଘଟଣାଗ୍ରସ୍ତ। ଭାରସାମ୍ୟ ହରାଇ ଯାତ୍ରା ପାର୍ଟି ବସ୍ ଓଲଟି ୨୦ ଆହତ। ରିଆମାଳ ଥାନା କଂସର ଫାଣ୍ଡି ଡଙ୍ଗାପଥର ଘାଟିରେ ଦୁର୍ଘଟଣା।

Accident

Accident Photograph: (OTV)

Advertisment

ଭାରସାମ୍ୟ ହରାଇ ଓଲିଟିଲା ଯାତ୍ରା ପାର୍ଟି ବସ୍ । ଅପେରା ୱେଷ୍ଟର୍ଣ୍ଣ ଓଡିଶା ଯାତ୍ରା ପାର୍ଟି ବସ ଓଲଟି ୨୦ ରୁ ଅଧିକ କଳାକାର ଆହତ ହୋଇଛନ୍ତି । ଦେବଗଡ଼ ରିଆମାଳ ଥାନା କଂସର ଫାଣ୍ଡି ଡଙ୍ଗାପଥର ଘାଟିରେ ଦୁର୍ଘଟଣା ଘଟିଛି। ଡଙ୍ଗାପଥର ଗାଁରେ ଅପେରା ସାରି ଫେରିବା ବେଳେ ଦୁର୍ଘଟଣା ହୋଇଛି। 

Advertisment

ବସ୍ ରେ ଥିବା ସମସ୍ତ କଳାକାର ଆହତ ହୋଇଥିବା ବେଳେ କିଛି ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧା କରି କଂସର ଡାକ୍ତରଖାନାରେ ଭର୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ରିଆମାଳ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ