Advertisment

IAF Su-30 MKI Fighter Jet Goes Missing: ଭାରତୀୟ ବାୟୁସେନାର ସୁଖୋଇ ଯୁଦ୍ଧ ବିମାନ କ୍ରାସ୍, ଉଡ଼ାଣ ସ୍ଥାନରୁ ୬୦ କି.ମି. ଦୂରରେ ଅଘଟଣ

ଭାରତୀୟ ବାୟୁସେନାର ସୁଖୋଇ ଯୁଦ୍ଧ ବିମାନ କ୍ରାସ୍। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟରେ ଦୁର୍ଘଟଣାଗ୍ରସ୍ତ। ଆସାମ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ କ୍ରାସ୍। ପାଇଲଟଙ୍କର ମିଳିନି ପତ୍ତା, ଉଦ୍ଧାର ଜାରି।

IAF Su-30 MKI Fighter Jet Goes Missing

IAF Su-30 MKI Fighter Jet Goes Missing Photograph: (OTV)

Advertisment

ଭାରତୀୟ ବାୟୁସେନାର ସୁଖୋଇ ଯୁଦ୍ଧ ବିମାନ କ୍ରାସ୍। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟରେ ଆସାମ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସୁଖୋଇ । ବାୟୁ ସେନାର ସୂଚନା ଅନୁସାରେ, ବିମାନଟି ଆସମର ଜୋରହାଟ୍ ଏୟାର ବେସରୁ ରୁଟିନ୍ ଟ୍ରେନିଂ ପାଇଁ ଉଡ଼ାଣ ଆରମ୍ଭ କରି ୭ଟା ୪୨ ମିନିଟରେ ରାଡାର୍ ସମ୍ପର୍କରୁ ବିଚ୍ଛିନ୍ନ ହୋଇଯାଇଥିଲା । 

Advertisment

ଜୋରହାଟରୁ ପ୍ରାୟ ୬୦ କିଲୋମିଟର ଦୂର ଏକ ପାହାଡ଼ ଉପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବିମାନଟି ଧକ୍କା ହେବା ମାତ୍ରେ ବିସ୍ଫୋରଣ ହୋଇଥିଲା । ଏଯାଏ ପାଇଲଟଙ୍କର କୌଣସି ପତ୍ତା ମିଳିନଥିବାବେଳେ ସର୍ଚ୍ଚ ଅପରେସନର ଜାରି ରହିଛି । ତେବେ ବିମାନଟି କିଭଳି ଓ କେଉଁ ପରିସ୍ଥିତିରେ କ୍ରାସ୍ ହେଲା ତାହାର ତଦନ୍ତ ଜାରି ରହିଛି ।

Fighter Jet Assam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ