Advertisment

Plane Crash: ଭୟଙ୍କର ପ୍ଲେନ୍ କ୍ରାସ; ରନୱେରୁ ଖସି ହାଇୱେକୁ ମାଡିଗଲା

ବଲିଭିଆରେ ଭୟଙ୍କର ବିମାନ ଦୁର୍ଘଟଣା। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

Plane Crash

Plane Crash Photograph: (OTV)

Advertisment

ବଲିଭିଆରେ ଭୟଙ୍କର ବିମାନ ଦୁର୍ଘଟଣା। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ବଲିଭିଆରେ ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ ଏଲ ଅଲଟୋ ସହରରେ କ୍ରାସ ହୋଇଥିଲା। ଖରାପ ପାଗ ଯୋଗୁଁ ବିମାନଟି ରନୱେରୁ ଖସି ଯାଇଥିଲା। 

Advertisment

ପରେ ପାଖରେ ଥିବା ହାଇୱେକୁ ମାଡ଼ି ଯାଇଥିଲା। ରାସ୍ତାରେ ଯାଉଥିବା କାରକୁ ଧକ୍କା ଦେଇଥିଲା ବିମାନ। ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ଦେଶର ସେଣ୍ଟ୍ରାଲ ବ୍ୟାଙ୍କରୁ ନୂଆ ନୋଟ୍ ଧରି ଅନ୍ୟ ସହରକୁ ଯାଉଥିଲା। ତେବେ କେମିତି ଓ କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣାର ଶିକାର ହେଲା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବଲିଭିଆ ସରକାର।

Bolivia Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ