Terrible Accident Photograph: (OTV)
ହଳଦିଆପଦର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ଅପରାହ୍ନରେ ବ୍ରହ୍ମପୁର ହଳଦିଆପଦର ଛକ ନିକଟରେ ଓଭର ବ୍ରିଜ୍ରେ ଏକ ଟ୍ରକ୍ ଏହି ଦୁର୍ଘଟଣା ଘଟାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଜଣକୁ ଗିରଫ କରାଯାଇଛି। ବିପରୀତ ଦିଗରୁ ଦ୍ରୁତ ଗତିରେ ଆସି ୩ଟି ବାଇକ୍ ଉପରେ ଚଢିଗଲା ଟ୍ରକ୍।
ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ୬ ଜଣ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କରୁଛି। ରାସ୍ତାରେ ଏଣେତେଣେ ମୃତଦେହ ପଡିଥିବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର କହିଛନ୍ତି, ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଗିରଫ କରାଯାଇଛି। କିଛି ମୃତକଙ୍କ ପରିଚୟ ମିଳିଛି। ସେମାନଙ୍କ ପରିବାରକୁ ଖବର ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/31/terrible-accident-2026-01-31-13-59-15.jpg)