Accident Photograph: (OTV)
ରାଜଧାନୀରେ ସଡକ ଦୁର୍ଘଟଣାରେ ୩ ମୃତ। ଭୁବନେଶ୍ବରରେ ପାହାଳ ଥାନା ଅନନ୍ତପୁରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ ପରିଚୟ ମିଳିପାରିନି। ହାଇୱା ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଫୁଲ ନଖରା - ନିଆଳି ରାସ୍ତା ଅନନ୍ତପୁରରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ ଏକ ବାଲି ବୋଝେଇ ହାଇୱା ଦ୍ରୁତ ଗତିରେ ଆସୁଥିବବେଳେ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇଁ ପାହାଳ ଥାନା ପୋଲିସ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ପାଇଁ ପଠେଇଛି। ହାଇୱାକୁ ଜବତ କରି ଅଧିକ ତନାଘନା ଚଳାଇଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/07/accident-2026-03-07-10-41-10.jpg)