Advertisment

କେଉଁ ଦଳର ଆଉ କେତେ ଆସନ ପାଇଁ ବାକି ରହିଲା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ତିନି ପ୍ରମୁଖ ଦଳ ପ୍ରାୟତଃ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ତେବେ କୌଣସି ଦଳ ଏଯାଏ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି। ଆସନ୍ତୁ ଜାଣିବା କେଉଁ ଦଳ ଆଉ କେତେ ଆସନରେ ଘୋଷଣା କରିନାହାନ୍ତି ସେମାନଙ୍କ ପ୍ରାର୍ଥୀଙ୍କ ନାଁ। ବିଜେଡି ବାରିପଦା ଓ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପିର ସ୍ଥିତି ଉପରେ ନଜର ପକାନ୍ତୁ, ଦଳ କେନ୍ଦ୍ରାପଡ଼ା ଓ କାକଟପୁର ନିର୍ବାଚନମଣ୍ଡଳୀରେ ଦଳର ଟିକେଟ୍‌ ଘୋଷଣା ବାକି […]

author-image
Otv Khabar Bureau
କେଉଁ ଦଳର ଆଉ କେତେ ଆସନ ପାଇଁ ବାକି ରହିଲା ପ୍ରାର୍ଥୀ ଘୋଷଣା

bjp2

ଭୁବନେଶ୍ୱର: ରାଜ୍ୟରେ ତିନି ପ୍ରମୁଖ ଦଳ ପ୍ରାୟତଃ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ତେବେ କୌଣସି ଦଳ ଏଯାଏ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି। ଆସନ୍ତୁ ଜାଣିବା କେଉଁ ଦଳ ଆଉ କେତେ ଆସନରେ ଘୋଷଣା କରିନାହାନ୍ତି ସେମାନଙ୍କ ପ୍ରାର୍ଥୀଙ୍କ ନାଁ।

Advertisment

ବିଜେଡି ବାରିପଦା ଓ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ।

publive-imageବିଜେପିର ସ୍ଥିତି ଉପରେ ନଜର ପକାନ୍ତୁ, ଦଳ କେନ୍ଦ୍ରାପଡ଼ା ଓ କାକଟପୁର ନିର୍ବାଚନମଣ୍ଡଳୀରେ ଦଳର ଟିକେଟ୍‌ ଘୋଷଣା ବାକି ରଖିଛି। ଯଦିଓ କାକଟପୁର ଆସନରେ ଦଳ ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରିଥିଲା, ତେବେ ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ। ସେହିପରି ଦଳର ଜଗତସିଂହପୁର ସାଂସଦ ପ୍ରାର୍ଥୀ ଘୋଷଣା ବାକି ରହିଛି।

Advertisment

publive-imageକଂଗ୍ରେସ୍‌କୁ ଏବେ ବି ୧୨ଟି ଆସନରେ ଟିକେଟ୍ ଘୋଷଣା କରିବାର ଅଛି। ସେଗୁଡ଼ିକ ହେଲା ବଡ଼ସାହି, ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ଚାନ୍ଦବାଲି, ବଡ଼ଚଣା, ସାଲେପୁର, ମହାକାଳପଡ଼ା, ବାଲିକୁଦା-ଏରସମା, ତିର୍ତ୍ତୋଲ ଓ ନିମାପଡ଼ା। ତିର୍ତ୍ତୋଲରୁ ଦଳ ବିଭୁ ତରାଇଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଗତକାଲି ସେ କଂଗ୍ରେସ୍‌ରୁ ଇସ୍ତଫା ଦେଇ ଆଜି ବିଜେପିରେ ମିଶିଛନ୍ତି।

Advertisment
Advertisment