Typhoon Photograph: (OTV)
ଚୀନ ଓ ଦକ୍ଷିଣପୂର୍ବ ଏସିଆରେ ସୁପର ଟାଇଫୁନ ‘ରାଗାସା’ ରଚିଛି ଧ୍ବଂସଲୀଳା। ପ୍ରକୃତିର ତାଣ୍ଡବରେ ଛିନଛତ୍ର ହୋଇଯାଇଛି ତାଇୱାନ, ଫିଲିପାଇନ୍ସ, ହଂକଂ ଏବଂ ଚୀନର ଦକ୍ଷିଣ ଭାଗ। ମହାବାତ୍ୟା ପରେ ଫିଲିପାଇନ୍ସ, ହଂକଂରେ ଭୟଙ୍କର ବନ୍ୟା ଦେଖାଦେଇଛି । ବାଟରେ ଯିଏ ପଡିଲା ପ୍ରବଳ ବନ୍ୟା ଜଳରେ ଭାସି ଯାଇଥିବାର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଇୱାନର ହୁଆଲିଏନ୍ ଜିଲ୍ଲାରେ ଅଧିକ ବିପତ୍ତି ଘଟାଇଥିବା ଜଣାପଡିଛି। ଏକ ବନ୍ଧ ଭାଙ୍ଗି ପୂର୍ବ ତାଇୱାନର ଗୁଆଙ୍ଗ ଫୁ ଅଂଚଳରେ ବନ୍ୟା ସୃଷ୍ଟି କରିଛି ।
ପ୍ରବଳ ପବନ ଏବଂ ମୁଷଳ ଧାରାରେ ବର୍ଷାରେ ବିଭିନ୍ନ ସ୍ଥାନରେ ଜୀବନଯାପନ ଠପ୍ ହୋଇଯାଇଛି। ହଂକଂରୁ ଚୀନ୍ ପର୍ଯ୍ୟନ୍ତ ପ୍ରବଳ କ୍ଷୟକ୍ଷତି ଘଟାଇଛି ମହାବାତ୍ୟ ‘ରାଗାସା’ । ଗତକାଲି ଏହା ଚୀନର ଗୁଆଙ୍ଗ ଡୋଙ୍ଗ ଠାରେ ସ୍ଥଳଭାଗ ଛୁଁଇଥିଲା। ପ୍ରାୟ ୧୮୮ କିଲୋମିଟର ପ୍ରତି ଘଣ୍ଟା ବେଗରେ ଏହା ମାଡ ହୋଇଥିଲା। ଲ୍ୟାଣ୍ଡଫଲ ପରେ ଚୀନରେ ଝୁଆଇ, ସେନ ଝେନ ଏବଂ ଗୁଆଙ୍ଗ ଝୌ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମହାବାତ୍ୟା ରାଗାସାକୁ ୫ ନମ୍ବର ବାତ୍ୟାର ମାନ୍ୟତା ଦିଆଯାଇଛି। ଚଳିତ ବର୍ଷର ଏହା ବିଶ୍ବର ସବୁଠୁ ବଡ ବାତ୍ୟା ବୋଲି କୁହାଯାଉଛି। ତେବେ ପୂର୍ବରୁ ଚୀନରେ ୨୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/25/typhoon-2025-09-25-12-05-56.jpg)