Cyclone Photograph: (OTV)
ସୃଷ୍ଟିହେଲା ବାତ୍ୟା 'ସେନୟାର୍ '। ମାଲାକ୍କା ପ୍ରଣାଳୀ ଓ ତତ୍ ସଂଲଗ୍ନ ଉତ୍ତର ପୂର୍ବ ଇଣ୍ଡୋନେସିଆ ମଧ୍ୟରେ ଏହି ବାତ୍ୟା 'ସେନୟାର୍ ' ସୃଷ୍ଟି ହୋଇଛି । ମାଲାକ୍କା ପ୍ରଣାଳୀ ଉପରେ ଥିବା ଗଭୀର ଅବପାତ ପଶ୍ଚିମ ଦିଗକୁ ଗତି କରି ବାତ୍ୟାରେ ପରିଣତ ହୋଇଛି ।
ଏହି ବାତ୍ୟା ଇଣ୍ଡୋନେସିଆର କୁତ୍ ମକମୁର ଠାରୁ ପୂର୍ବରେ ୧୦୦ କିମି ଦୂରରେ ରହିଥିବା ବେଳେ ମାଲେସିଆ ଠାରୁ ୬୦୦ କିମି ଦୂରରେ ରହିଛି । ଏହା କ୍ରମେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ପୂର୍ବ ଦିଗରେ ଗତି କରିବ । ସେହିପରି ଅନ୍ୟ ଏକ ସିଷ୍ଟମରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଦକ୍ଷିଣ ଶ୍ରୀଲଙ୍କା ଓ ଭାରତ ମହାସାଗର ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇଛି ।
ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ୱେଲ୍ ମାର୍କଡ୍ ଲୋ ପ୍ରେସର୍ ଓ ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଅବପାତର ରୂପ ନେବ । ତେବେ ଏହି ଦୁଇଟି ସିଷ୍ଟମ ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ପଡ଼ିନପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
• ସୃଷ୍ଟି ହେଲା ବାତ୍ୟା 'ସେନୟାର୍ '
• ମାଲାକ୍କା ଓ ଉତ୍ତର ପୂର୍ବ ଇଣ୍ଡୋନେସିଆ ମଧ୍ୟରେ ସୃଷ୍ଟି ହେଲା ବାତ୍ୟା 'ସେନୟାର୍ '
• ଇଣ୍ଡୋନେସିଆ ଠାରୁ ପୂର୍ବରେ ୧୦୦ କିମି ଦୂରରେ 'ସେନୟାର୍ '
• ମାଲେସିଆ ଠାରୁ ୬୦୦ କିମି ଦୂରରେ ରହିଛି
• ଏହା କ୍ରମେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ
• ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହେଲା ଶ୍ରୀଲଙ୍କା ନିକଟ ସିଷ୍ଟମ୍
• ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଅବପାତର ରୂପ ନେବ
• ସୂଚନା ଦେଲା ପାଣିପାଗ ବିଭାଗ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/26/cyclone-2025-11-26-10-22-12.jpg)