Advertisment

Cyclone Montha: ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ମୋନ୍ଥା, ଘଣ୍ଟା ପ୍ରତି ୧୦୦ କିମି ବେଗରେ ବହିଲା ପବନ

ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ମୋନ୍ଥା। ରାତି ସାଢେ ୧୧ଟାରୁ ସାଢେ ୧୨ ମଧ୍ୟରେ ସ୍ଥଳଭାଗ ଅତିକ୍ରମ। କାକିନାଡ଼ାର ଦକ୍ଷିଣରେ, ନରସାପୁର ନିକଟରେ ସ୍ଥଳଭାଗ ଅତିକ୍ରମ କଲା।

Cyclone Montha

Cyclone Montha Photograph: (OTV)

Advertisment

କାକିନାଡ଼ା ନୁହେଁ, ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ମୋନ୍ଥା । ଗତକାଲି ରାତି ପ୍ରାୟ ସାଢେ ୧୧ଟାରୁ ସାଢେ ୧୨ ମଧ୍ୟରେ ଆନ୍ଧ୍ର ଉପକୁଳକୁ ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ କାକିନାଡ଼ାର ଦକ୍ଷିଣରେ, ନରସାପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା।

Advertisment

ଆଇଏମଡିର ପୂର୍ବ ଆକଳନ ଅନୁସାରେ ବାତ୍ୟା ମୋନ୍ଥା କାକିନାଡ଼ାରେ ସ୍ଥଳଭାଗ ନ ଛୁଇଁ ନରସାପୁରରେ ସ୍ଥଳଭାଗ ଛୁଇଁଥିଲା। ବାତ୍ୟାର ଅବଶିଷ୍ଟ ବାଦଲ ସମୂହ ମଧ୍ୟ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ପାଖାପାଖି ୫ ଘଣ୍ଟା ଧରି ଲ୍ୟାଣ୍ଡଫଲ୍  ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିବାବେଳେ ୧୧୦ କିମି ପର୍ଯ୍ୟନ୍ତ ପବନ ଝଟକା ଅନୁଭୂତ ହୋଇଥିଲା।

ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ମଛଲିପଟନମ୍, କାକିନାଡ଼ା, ରାଜମହେନ୍ଦ୍ରୀ, ବାପାଟିଆ, କାଭାଲି, ଉଲାଭାପାଡୁ, ନେଲୋର ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷାପବନ ଲାଗିରହିଛି। ଆନ୍ଧ୍ର ଉପକୂଳ ଅଶାନ୍ତ ହେବା ସହ ସମୁଦ୍ରରେ ଉଚ୍ଚ ଢେଉ କୂଳ ଲଂଘିଛି। ତେବେ ବାତ୍ୟାରେ ଆନ୍ଧ୍ରରେ ଯେଉଁଭଳି ଭାବେ ତାଣ୍ଡବ ରଚିବାର ଆଶଙ୍କା କରାଯାଉଥିଲା, ସେଭଳି ହୋଇନି। ବାତ୍ୟା ପ୍ରଭାବରେ ବିଶେଷ କ୍ଷୟକ୍ଷତିର ଚିତ୍ର ଏଯାଏଁ ସାମ୍ନାକୁ ଆସିପାରିନି।

Advertisment

ମୋନ୍ଥା ପ୍ରଭାବରେ ଦୁଇ ଦିନ ଧରି ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଗତିପଥ ବଦଳିଯିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିନାହିଁ।  ‘ମୋନ୍ଥା’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ କେତେକ ସ୍ଥାନରେ ଭୂସ୍ଖଳନ ସାଙ୍ଗକୁ ପାହାଡ଼ ଧସିଛି। ଗଜପତି, ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି।

•    ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ମୋନ୍ଥା
•    ରାତି ସାଢେ ୧୧ଟାରୁ ସାଢେ ୧୨ ମଧ୍ୟରେ ସ୍ଥଳଭାଗ ଅତିକ୍ରମ
•    କାକିନାଡ଼ାର ଦକ୍ଷିଣରେ, ନରସାପୁର ନିକଟରେ ସ୍ଥଳଭାଗ ଅତିକ୍ରମ
•    କାକିନାଡ଼ା ବଦଳରେ ନରସାପୁରରେ ଲ୍ୟାଣ୍ଡଫଲ୍ କଲା
•    ବାତ୍ୟାର ଅବଶିଷ୍ଟ ବାଦଲ ସମୂହ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କଲା
•    ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୦୦ କିମି ବେଗରେ ବହିଲା ପବନ
•    ଦୁଇଦିନ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 
•    ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିନାହିଁ
•    ବାତ୍ୟା ଗତିପଥ ବଦଳିଯିବାରୁ ବର୍ତ୍ତିଗଲା ଓଡ଼ିଶା
•    ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା

Advertisment
cyclone montha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ