Advertisment

Cyclone Alert: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଛୁଟି ବାତିଲ କଲେ ଜିଲ୍ଲାପାଳ , ବିନା ଅନୁମତିରେ ହେଡକ୍ୱାର୍ଟର୍ସ ନଛାଡିବାକୁ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟାକୁ ନେଇ ବାଲେଶ୍ୱରରେ ସବୁ ସରକାରୀ କର୍ମୀଚାରୀଙ୍କ ଛୁଟି ବାତିଲ। ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ଯାଏଁ ଛୁଟି ବାତିଲ କଲେ ଜିଲ୍ଲାପାଳ। ଛୁଟିରେ ଥିବା ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ।

author-image
Manas Ranjan Mohanty
cyclone alert

cyclone alert Photograph: (OTV)

ସମ୍ଭାବ୍ୟ ବାତ୍ୟାକୁ ନେଇ ବାଲେଶ୍ୱରରେ ସବୁ ସରକାରୀ କର୍ମୀଚାରୀଙ୍କ ଛୁଟି ବାତିଲ। ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ଯାଏଁ ଛୁଟି ବାତିଲ କଲେ ଜିଲ୍ଲାପାଳ। ଛୁଟିରେ ଥିବା ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ । ବିନା ଅନୁମତିରେ ହେଡକ୍ୱାର୍ଟର୍ସ ନଛାଡିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। 

Advertisment

ସେହିପରି ସମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ କରାଯାଇଛି। ମୁଖ୍ୟାଳୟ ଛାଡ଼ି କେହି ନ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ... 

ଆନ୍ଧ୍ର ପ୍ରଦେଶରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ମୋନ୍ଥା’। ବଙ୍ଗୋପସାଗରରେ ‘ମୋନ୍ଥା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ୨୮ ସଂଧ୍ୟାରୁ ରାତି ଭିତରେ ଏହା ଆନ୍ଧ୍ର ପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ। ଆନ୍ଧ୍ର ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ ଛୁଇଁପାରେ ସ୍ଥଳ ଭାଗ! ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ତଥ୍ୟ ଅନୁସାରେ ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁପାରେ। ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୧୦ କିଲୋମିଟର ବେଗରେ ବହିବ ପବନ। ଏବେ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୯୦୦ କିଲୋମିଟରରୁ ଅଧିକ ଏବଂ ବିଶାଖାପାଟନମଠାରୁ ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । 

Advertisment

ବାଲେଶ୍ୱରରେ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଛୁଟି ବାତିଲ କଲେ ଜିଲ୍ଲାପାଳ
ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ଯାଏଁ ଛୁଟି ବାତିଲ 
ଛୁଟିରେ ଥିବା କର୍ମଚାରୀ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ବିନା ଅନୁମତିରେ ହେଡକ୍ୱାର୍ଟର୍ସ ନଛାଡିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

Advertisment
Related Articles
Advertisment