ଏ ଲୁହ ଭିତରେ ଲୁଚିଛି ଅନେକ କଥା। ପ୍ରତ୍ୟେକ ବିନ୍ଦୁରେ ଭରି ରହିଛି ଦୁଃଖ ଆଉ ଯନ୍ତ୍ରଣା । ବେଦନାକୁ ତୁଣ୍ଡରେ କହି ପାରୁନଥିଲେ ବି ଝରି ଯାଉଥିବା ଏ ଲୁହ କହୁଛି ଯନ୍ତ୍ରଣାର ଗଭୀରତା । ନିଜ ଫାଇଲ ଫୋଟକୁ ନିଜ ଆଖିରେ ଦେଖିବା ପରେ ସେ ଆହୁରି କାନ୍ଦି ଉଠୁଛି । ଦର୍ଶକ ବନ୍ଧୁ ଏ ବୟସ୍କ ମଣିଷଟି ଦିନେ ଅନ୍ୟର ସେବା କରୁଥିଲା, ଅନ୍ୟର ଭଲ ପାଇଁ ଲାଗିଥିଲା । ହେଲେ ଆଜି ସେ ନିଜେ ଅସହାୟ । ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଯୁବା ପଂଚାୟତ ଝାର ଫଟାମୁଣ୍ଡା ଗାଁର ଗୋଲାପୀ ବନଗୁଲା । ବୟସ ୬୫ ଉପରେ । ଦୀର୍ଘ ୩୨ ବର୍ଷ ଧରି ଅଙ୍ଗନବାଡ଼ି କର୍ମୀ ଭାବେ ସ୍ଥାନୀୟ ଲୋକଙ୍କ ସେବା କରିଛନ୍ତି ଗୋଲାପୀ । ନିଜେ କଷ୍ଟରେ ଥିଲେ ବି କେବେ କାମରେ ହେଳା କରିନଥିଲେ । ବିପଦ ଆପଦରେ ସବୁବେଳେ ଲୋକଙ୍କ ପାଖେ ଠିଆ ହୋଇଛନ୍ତି । ତୃଣ ମୂଳ ସ୍ତରରେ ସରକାର ଙ୍କ ବିଭିନ୍ନ ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚାଇବା ରେ ସଫଳ ହୋଇଛନ୍ତି । କିନ୍ତୁ ଏବେ ସେଇ ମଣିଷଟି ଶଯ୍ୟାଶାୟୀ । ଗୋଲାପୀ ପକ୍ଷାଘାତ ରୋଗରେ ଆକ୍ରାନ୍ତ । ଦୁଇବର୍ଷ ହେବ ସେ ଏଇ ଖଟିଆରେ ପଡ଼ିଛନ୍ତି । ଗୋଡ଼, ହାତ ଆଉ କାମ କରୁନାହିଁ । ପିଲାଝିଲା କେହି ନଥିବାରୁ ସ୍ୱାମୀ ରୁଦ୍ରମଣୀ ତାଙ୍କ ସେବା କରୁଛନ୍ତି ।
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)