Advertisment

two Chief Ministers Will Campaign For BJP: ବିଜେପି ପାଇଁ ମୈଦାନକୁ ଓହ୍ଲାଇବେ ଦୁଇ ମୁଖ୍ୟମନ୍ତ୍ରୀ: ଜମିବ ନୂଆପଡ଼ା ପ୍ରଚାର ଲଢ଼େଇ

ଭୋଟ୍ ପ୍ରଚାରରେ ଗହଗହ କଂପୁଛି ନୂଆପଡ଼ା। ପ୍ରଚାର ପାଇଁ ସମୟ ସରି ଆସୁଥିବାରୁ ମୈଦାନରେ ଜି-ଜାନ୍ ଲଗେଇ ଦେଇଛନ୍ତି ସବୁ ଦଳ। ଆସନ୍ତାକାଲି ବିଜେପି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ପ୍ରଚାରକୁ ଓହ୍ଲାଉ ଥିବାରୁ ମୈଦାନରେ ହେବ ହାଇ ଭୋଲଟେଜ୍ ଟକ୍କର।

BUSINESS-BOOMING-IN

Nuapada Photograph: (OTV)

Advertisment

ଭୋଟ୍ ପ୍ରଚାରରେ ଗହଗହ କଂପୁଛି ନୂଆପଡ଼ା। ପ୍ରଚାର ପାଇଁ ସମୟ ସରି ଆସୁଥିବାରୁ ମୈଦାନରେ ଜି-ଜାନ୍ ଲଗେଇ ଦେଇଛନ୍ତି ସବୁ ଦଳ। ଆସନ୍ତାକାଲି ବିଜେପି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ପ୍ରଚାରକୁ ଓହ୍ଲାଉ ଥିବାରୁ ମୈଦାନରେ ହେବ ହାଇ ଭୋଲଟେଜ୍ ଟକ୍କର। ବିଜେଡି ଓ କଂଗ୍ରେସର ତୁଙ୍ଗ ନେତା ବି ଦମ୍ ଲଗେଇ ଦେଇଛନ୍ତି। 
ଭୋଟ ପ୍ରଚାରକୁ ଆଉ ମାତ୍ର 4 ଦିନ ଥିଲା ବେଳେ ଭିଡ଼ରେ ଉଛୁଳୁମୁଛୁଳୁ ନୂଆପଡ଼ା। ରାଜ୍ୟର ବିଭନ୍ନ ସ୍ଥାନରୁ ନୂଆପଡ଼ାକୁ ପ୍ରଚାରରେ ଯାଇଛନ୍ତି। ରହିବାକୁ ଯାଗା ନାହିଁ, କି ଚା ଦୋକାନଠୁ ନେଇ, ଛୋଟ ବଡ଼ ହୋଟେଲ୍, ଏତେ ଲୋକଙ୍କ ଆବଶ୍ୟକତାକୁ ଏକାବେଳେ ପୂରା କଲାଭଳି ସହର ଭିତରେ ସେତେଟା ସୁବିଧା ନାହିଁ। ଟିକେ ବିଳମ୍ବ ହେଲେ ଖାଇବା ମିଳିବନି। ତେଣୁ ଡିମାଣ୍ଡ-ସପ୍ଲାଏ ଆଧାରରେ ଏଇ କିଛି ଦିନ ହେବ ବେପାର ତ ବଢି ଯାଇଛି, ସବୁଥିରେ ରେଟ୍ ବି ଢେର ଚଢ଼ିଯାଇଛି। ଖାଇବା ଯାହା ଯେମିତି, ରହିବାରେ ଭାରି ସମସ୍ୟା। ଦର ସାଧାରଣ ସମୟଠୁ 5-6 ଗୁଣା ଅଧିକ।
ସହରରେ ଯାଗା ମିଳୁନଥିବାରୁ କିଛି ନେତା ପଦ୍ମପୁର, କଣ୍ଟାବାଞ୍ଜି, ଭବାନୀପାଟଣା, ଖଡ଼ିଆଳ ଭଳି ନିକଟବର୍ତ୍ତୀ ସହର ଏପରିକି ସୀମା ସେପଟେ ଥିବା ଛତିଶଗଡ଼ର ବାଗବାହାରା, ମହାସମୁନ୍ଦରେ ଘରଭଡ଼ା ନେଇ ରହି ସେଇଠୁ ପ୍ରଚାର ପାଇଁ ପୁଣି ନୂଆପଡ଼ା ଆସୁଛନ୍ତି। କୋମନାର ଏକ ଗାଁ ଚୋକପଡ଼ାରେ ଜଣଙ୍କ ଘରେ ଏମିତି ରହି ନିର୍ବାଚନୀ ପ୍ରଚାର କାମ ଚଳାଉଛନ୍ତି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ।
ପ୍ରଚାର ପାଇଁ ବାକିଥିବା ଆଉ 4ଦିନରେ ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ବିଭିନ୍ନ ଦଳର ବହୁ ହାଇପ୍ରୋଫାଇଲ୍ ନେତା ଆସୁଥିବାରୁ ଗହଳି ଆହୁରି ବଢ଼ିବ, ବେପାର ବି ଆହୁରି ଜମିବ।

Advertisment
Mohan Majhi nuapada bypoll nuapada election rally
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ