Advertisment

Explosive Situation in BJD: ବିଜେଡିରେ ଅସମ୍ଭାଳ ଅସନ୍ତୋଷ; କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ

BCJD ଉପସଭାପତି ପଦ ପାଇଥିବା ସୁମନ ବେହେରାଙ୍କ ପ୍ରତିକ୍ରିୟା । କହିଲେ, ‘ଛାତ୍ର ଓ ଯୁବ ନେତାଙ୍କ ପ୍ରତି ଅନ୍ୟାୟ ହୋଇଛି । କିଛି କୁଚକ୍ରୀ ଗୋଷ୍ଠୀ ଅନେକ ଯୁବ ଓ ଛାତ୍ର ନେତାଙ୍କ ନାଁ କାଟିଛନ୍ତି । ’

Explosive Situation in BJD

Explosive Situation in BJD Photograph: (OTV)

Advertisment

ବିଜେଡିରେ ଅସମ୍ଭାଳ ଅସନ୍ତୋଷ । କଟକରେ BYJD ଓ BCJD କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ । ଉପସଭାପତି ପଦ ପାଇଥିବା ସୁମନ ବେହେରାଙ୍କ ପ୍ରତିକ୍ରିୟା । କହିଲେ, ‘ଛାତ୍ର ଓ ଯୁବ ନେତାଙ୍କ ପ୍ରତି ଅନ୍ୟାୟ ହୋଇଛି । କିଛି କୁଚକ୍ରୀ ଗୋଷ୍ଠୀ ଅନେକ ଯୁବ ଓ ଛାତ୍ର ନେତାଙ୍କ ନାଁ କାଟିଛନ୍ତି । ଏହା ବିଜୁ ଜନତା ଦଳର କ୍ଷତି କରିବ, ସୁପ୍ରିମୋଙ୍କୁ ଅବଗତ କରିବୁ । ଦଳ ପାଇଁ ଅନେକ ମାଡ଼ ଖାଇଛୁ, ସଂଘର୍ଷ କରିଛୁ । କିଛି ବାହାର ଛାତ୍ର ନେତାଙ୍କୁ କଟକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଜାଣିଶୁଣି ନାଁ କାଟିବା ଦୁଃଖଦାୟକ । ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି।’ 

Advertisment

ଗତକାଲି କଟକ ତେଲେଙ୍ଗାପେଣ୍ଠର ଫାର୍ମହାଉସରେ ବିଜେଡି ନେତାଙ୍କ ମେଳି ହୋଇଥିଲା । ତେବେ ଏଠି ପ୍ରଶ୍ନ ବିଜେଡିରେ ଚାଲିଛି କ’ଣ ? ଭୁବନେଶ୍ବର ଉପକଣ୍ଠ ଝୁମୁକା ଫାର୍ମହାଉସ ପରେ ଲିଙ୍ଗରାଜ ମନ୍ଦିର ଆଉ ଏବେ ପୁଣି କଟକରେ ମେଳି। ତେଲେଙ୍ଗାପେଣ୍ଠ ସ୍ଥିତ ଏକ ଫାର୍ମହାଉସରେ ଭୋଜି ଆଳରେ ମେଳି ହୋଇଥିଲେ ବିଜେଡିର କିଛି ଯୁବ ଏବଂ ବରିଷ୍ଠ ବିଜେଡି ନେତା। ତାମଧ୍ୟରେ ଥିଲେ ସାଂସଦ ଦେବାଶିଷ ସାମନ୍ତରାୟ, ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ସହ ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ବିତ ରାଉତରାୟ, ଅଂଶୁମାନ ମହାନ୍ତି, ବିଷ୍ଣୁବ୍ରତ ରାଉତରାୟ, ରୁଦ୍ର ମହାରଥୀ। ଯାହାକୁ ନେଇ ବଢ଼ିଛି ରାଜନୈତିକ ଚର୍ଚ୍ଚା। କାରଣ ଗୋଟିଏ ପଟେ ଦଳରେ ଜଣଙ୍କ ପରେ ଜଣେ ବରିଷ୍ଠ ନେତାଙ୍କ ବିସ୍ଫୋରଣ, ଆରପଟେ ଭୋଜି ଆଳରେ ଚାଲିଛି ମେଳି। 

ତେବେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଦେବାଶିଷ ସାମନ୍ତରାୟ। ବିଜୁ ଯୁବ ଓ ଛାତ୍ର ସଂଗଠନ କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ଅସନ୍ତୋଷ ଝାଡ଼ିବା ସହ କହିଛନ୍ତି, କଟକରେ ଯେଉଁମାନେ ବିଜେଡି ବାନାକୁ ଟେକି ଧରିଥିଲେ, ସେମାନଙ୍କ ଆବଶ୍ୟକତା ନାହିଁ। ମେୟର ନିର୍ବାଚନରେ ଏଇ ପିଲାମାନଙ୍କ ଅବଦାନ କଣ ଥିଲା ସମସ୍ତେ ଜାଣନ୍ତି। ମେୟର ନିର୍ବାଚନରେ ୩୧ଟିରୁ ୨୮ କର୍ପୋରେଟର ଆସନରେ ଜିତିଥିଲୁ। ଚିନ୍ମୟ, ଇପ୍-ସିତା କଟକ ବାବଦରେ କଣ ଜାଣନ୍ତି। ଯଦି ଏଭଳି କର୍ମକର୍ତ୍ତା ବଛାଯିବ ସଂଗଠନ ବହୁତ ଦୁର୍ବଳ ହେବ ବୋଲି କହିଛନ୍ତି ଦେବାଶିଷ। 

Advertisment

ସେହିପରି ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଭାତ ବିଶ୍ବାଳଙ୍କ ପ୍ରଶଂସାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ପ୍ରଭାତ ବିଶ୍ବାଳଙ୍କୁ ନାଲି ବାବା କହିବା ସହ ଆଗରୁ ପ୍ରଭାତ ଶୋଧୁଥିଲେ, ଏବେ କାହିଁକି ପ୍ରଶଂସା କରୁଛନ୍ତି ମୁଁ ଜାଣିନି। ରାଜନୀତିରୁ ସନ୍ୟାସ ନେଇ ପଛରୁ ଗୋଟି ଚାଳନା କରୁଛନ୍ତି, ପୁଅକୁ ଛାଡୁନାହାନ୍ତି କାହିଁକି ବୋଲି କହିଛନ୍ତି ଦେବାଶିଷ। ତେବେ ନେଇ ପ୍ରଭାତ ବିଶ୍ବାଳ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଦେଖନ୍ତୁ ଭିଡିଓ:

BJD Biju Janata Dal Debasish Samantaray Naveen Pattnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ