Advertisment

BJD: କାମାକ୍ଷାନଗରରେ ଶଙ୍ଖ ଭାଙ୍ଗି ଚୁରମାର, କିଏ ଧରିବ ମଙ୍ଗ ?

କାମାକ୍ଷାନଗରରେ ଶଙ୍ଖ ଭାଙ୍ଗି ଚୁରମାର । କର୍ମୀଙ୍କୁ ଦଳ ନଛାଡ଼ିବାକୁ ପରାମର୍ଶ ଦେଉଛନ୍ତି ନେତା । ବିଜୁ ଜନତା ଦଳରୁ ପ୍ରଫୁଲ୍ଲ ମଲ୍ଳିକଙ୍କୁ ବିଦା ପରେ ଏବେ ବିଜେଡିକୁ ସଂଗଠନ ଚିନ୍ତା ଘାରିଛି ।

BJD-Politics

BJD-Politics Photograph: (OTV)

Advertisment

ଭାଙ୍ଗୁଛି ସଂଗଠନ, ବ୍ୟତିବ୍ୟସ୍ତ ନେତା । ଘର ସଜାଡ଼ିବାକୁ ବସୁଛି ଘନ ଘନ ବୈଠକ । କାମାକ୍ଷାନଗରରେ ଶଙ୍ଖ ଭାଙ୍ଗି ଚୁରମାର । କର୍ମୀଙ୍କୁ ଦଳ ନଛାଡ଼ିବାକୁ ପରାମର୍ଶ ଦେଉଛନ୍ତି ନେତା । ବିଜୁ ଜନତା ଦଳରୁ ପ୍ରଫୁଲ୍ଲ ମଲ୍ଳିକଙ୍କୁ ବିଦା ପରେ ଏବେ ବିଜେଡିକୁ ସଂଗଠନ ଚିନ୍ତା ଘାରିଛି । ଦଳକୁ ମଜବୁତ କରିବାକୁ ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କୁ ସାଙ୍ଗଠନିକ ଦାୟିତ୍ଵ ମିଳିଥିବା ସୂଚନା ମିଳିଛି । ଯାହାକୁ ନେଇ କାମାକ୍ଷାନଗର ଅଡିଟୋରିୟମରେ ବସିଥିଲା ବିଜେଡିର ବଡ଼ ଧରଣ ବୈଠକ । ଯେଉଁଥିରେ ନିଜେ ଅବିନାଶ ସାମଲ, ଜିଲ୍ଲା ସଭାପତି ନୃସିଂହ ସାହୁ, କାମାକ୍ଷାନଗର NAC ନଗରପାଳ ଓ ଭୁବନ NACର ପୂର୍ବତନ ନଗରପାଳଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।
ପ୍ରଫୁଲ୍ଲ ଦଳରୁ ବିଦା ହେବା କୌଣସି ପ୍ରଭାବ ପଡିବନି । ଆଗପରି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଅବିନାଶ କହିଛନ୍ତି । ଏପଟେ କିନ୍ତୁ କାମାକ୍ଷାନଗର ରାଜନୀତିକୁ ନେଇ ବରିଷ୍ଠ ସାମ୍ବାଦିକଙ୍କ କହିବା କଥା, ବିଜେଡିର ଟାଣୁଆ ନେତା ଥିଲେ ପ୍ରଫୁଲ୍ଲ ମଲ୍ଲିକ । ଚାରି ଚାରି ଥର ବିଧାୟକ ହୋଇଥିଲେ । ଖଣି, ଇସ୍ପାତ ଓ ପୂର୍ତ୍ତ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ବରେ ଥିଲେ । ତେଣୁ ତାଙ୍କୁ ଦଳରୁ ବହିଷ୍କାର ନିଶ୍ଚୟ ପ୍ରଭାବ ପକାଇବ । ଆଗାମୀ ନିର୍ବାଚନରେ ଦଳ ପାଇଁ ଏହା ଏକ ପ୍ରକାର ଚ୍ୟାଲେଞ୍ଜ ମଧ୍ୟ ହୋଇପାରେ ।
ଗତ ନିର୍ବାଚନରେ ବିଜେଡି ଗଡକୁ ଭାଙ୍ଗି କାମାକ୍ଷାନଗର ଆସନକୁ ଅକ୍ତିଆର କରିଛି ବିଜେପି । ଆଉ ଏପଟେ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡି ଦଳରୁ ବିଦା କରିବା ପରେ କିଏ ହେବେ କାମାକ୍ଷାନଗର ପାଇଁ ସବଷ୍ଟିଚ୍ୟୁଟ ତାକୁ ହିଁ ଅପେକ୍ଷା ।

Advertisment

ଅଧିକ ଦେଖନ୍ତୁ:

BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ