Pade Akasha Photograph: (OTV)
ଲୋକସେବା ଭବନ କନଭେନସନ ସେଣ୍ଟରରେ ଓଡ଼ିଆ ଚଳଚ୍ଚିତ୍ର ‘ପାଦେ ଆକାଶ’ ର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ କ୍ରମେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କର୍ଯ୍ୟକ୍ରମ ଆୟୋଜିତ କରାଯାଇଥଲା। ତରଙ୍ଗ ସିନେ ପ୍ରଡକ୍ସନ ପ୍ରଯୋଜିତ ଓ ବିଶିଷ୍ଟ ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ନାରୀଶକ୍ତି ପୁରସ୍କାରପ୍ରାପ୍ତ ତଥା ଅନୁଷ୍ଠାନ 'ସ୍ୱାଭିମାନ'ର ପ୍ରତିଷ୍ଠାତା ଡଃ ଶ୍ରୁତି ମହାପାତ୍ରଙ୍କ ପ୍ରେରଣାଦାୟୀ ଜୀବନୀ ଉପରେ ଆଧାରିତ। ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଆର. ସନ୍ଥଗୋପାଳନ, ଡଃ ଶ୍ରୁତି ମହାପାତ୍ର ଏବଂ ତରଙ୍ଗ ସିନେ ପ୍ରଡକ୍ସନର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଦେବିଦତ୍ତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/01/pade-akasha-2026-01-01-12-47-40.jpg)