Advertisment

Humane Sagar Death: ହ୍ୟୁମାନ ମୃତ୍ୟୁ: ‘ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ’

ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ମା’ ଶେଫାଳୀଙ୍କ ଏତଲା ପ୍ରସଙ୍ଗ।କଟକ ଡିସିପି ଋଷିକେଶ ଖିଲାରୀଙ୍କ ପ୍ରତିକ୍ରିୟା। କହିଲେ, ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ ।

Humane Sagar Death

Humane Sagar Death Photograph: (OTV)

Advertisment

ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ମାଶେଫାଳୀଙ୍କ ଏତଲା ପ୍ରସଙ୍ଗକଟକ ଡିସିପି ଋଷିକେଶ ଖିଲାରୀଙ୍କ ପ୍ରତିକ୍ରିୟା। କହିଲେ, ଏତଲା ଆଧାରରେ ତଦନ୍ତ କରାଯାଉଛି ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି ରିପୋର୍ଟ ଆସିବା ପରେ ତର୍ଜମା କରାଯିବ

Advertisment

ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମାଶେଫାଳି ସୁନା କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ। ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ହ୍ୟୁମାନଙ୍କ ୨ ମ୍ୟାନେଜର ଦିନେଶ ଓ ପ୍ରଶାନ୍ତ, ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ, ଡାକ୍ତର ଶୁଭେନ୍ଦୁ ମିଶ୍ର ଓ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର ନାଁରେ ବି FIR କରି ତନାଘନା ଆରମ୍ଭ କରିଛି ପୋଲିସ।

ହ୍ୟୁମାନ ଡେଥ୍ ଘଣ୍ଟାଚକଟା

ଶେଫାଳି ସୁନା ପୁଅ ମୃତ୍ୟୁର କିଛି ସନ୍ଦିଗ୍ଧ କାରଣ ଦର୍ଶାଇଥିଲେ। ଜଣ ଜଣ କରି ସମସ୍ତଙ୍କୁ ଡାକି ସେସବୁ ସତ ଜାଣିବାକୁ ଚାହିଁବ ପୋଲିସ। କିଏ କେମିତି ହ୍ୟୁମାନଙ୍କୁ ମାନସିକ ଚାପ ଦେଉଥିଲେ ? ନିର୍ଯାତନା, ବିଷକ୍ରିୟା ଓ ନିଶାଦ୍ରବ୍ୟ ପ୍ରୟୋଗ ହେଉଥିଲା କି ? କିଏ ଓ କାହିଁକି ହ୍ୟୁମାନଙ୍କୁ ଦେଉଥିଲେ ଧମକଚମକ ? ତାଙ୍କ ଟଙ୍କା ଆତ୍ମସାତ ହୋଇଛି କି ? କିଛି ଚଞ୍ଚକତା କରିଥିଲେ କି ଦୁଇ ମ୍ୟାନେଜର ? କି ଡିଜିଟାଲ ପ୍ରମାଣ ଆଉ କିଏ ନଷ୍ଟ କରିଛନ୍ତି ? ହ୍ୟୁମାନଙ୍କ ସହ ଅର୍ପିତାଙ୍କ ସମ୍ପର୍କ ଓ ମୃତ୍ୟୁ ପାଇଁ ସେ କିଭଳି ଦାୟୀ ? ଶ୍ରେୟାଙ୍କ ସହ ଦାମ୍ପତ୍ୟ ବିବାଦ, ଅଲଗା ହେବା ଓ ଝିଅ ସହ ଭେଟ କରାଇ ଦେଉ ନଥିବା ଅଭିଯୋଗର ସତ ଜାଣିବାକୁ ତଦନ୍ତର ମୂଳକୁ ଯିବ ପୋଲିସ।

Advertisment

ଏତଲାରେ ନାଁ ଥିବା ୯ ଜଣଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷରେ କଣ ଭୂମିକା ରହିଛି ? ଏମିତି ତମାମ ଦିଗରେ ତଦନ୍ତକୁ ବ୍ୟାପକ କରିବା ସହ ନିଷ୍କର୍ଷରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ପୋଲିସ। 

ହ୍ୟୁମାନଙ୍କ ଅକାଳ ବିୟୋଗକୁ ନେଇ ଯେମିତି ହଟଚମଟ ହୋଇଥିଲା ଏତଲା ପରେ ପୁଣି ହଡକମ୍ପ। ଏବେ ସମସ୍ତଙ୍କ ନଜର ହ୍ୟୁମାନ ମୃତ୍ୟୁ ପଛର ରହସ୍ୟକୁ ପୋଲିସ କେବେ ଲୋକଲୋଚନକୁ ଆଣିବ।

Advertisment

Odia Singer Humane Sagar Justice for Humane Sagar humane sagar mother humane sagar case Humane Sagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ