Advertisment

Smriti Mandhana and Palash Muchhal Marriage: ବାଜିବ ସାହାନାଈ, ବୋହୂ ସାଜିବେ ସ୍ମୃତି ମନ୍ଧାନା

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସଂଗୀତ ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଚ୍ଚଲ ଏବଂ ଭାରତୀୟ କ୍ରିକେଟ୍ ତାରକା ସ୍ମୃତି ମନ୍ଧାନା ।

Smriti-Mandhana-Marriage

Smriti-Mandhana-Marriage Photograph: (OTV)

Advertisment

ବାଜିବ ସାହାନାଈ, ବୋହୂ ସାଜିବେ ସ୍ମୃତି । ମଥାରେ ଓଢ଼ଣୀ ଟାଣି ସ୍ମୃତି ସାଜିବେ ନୂଆ ବୋହୂ । ହାତ ଗଣ୍ଠି ପଡ଼ିବା ପରେ ପଲାଶ-ସ୍ମୃତି ହେବେ ସାତ ଜନମର ସାଥୀ । ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସଂଗୀତ ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଚ୍ଚଲ ଏବଂ ଭାରତୀୟ କ୍ରିକେଟ୍ ତାରକା ସ୍ମୃତି ମନ୍ଧାନା । ଉଭୟଙ୍କ ସମ୍ପର୍କ ବିଷୟରେ ଆନୁଷ୍ଠାନିକ ଭାବରେ ଘୋଷଣା କରିବା ସହ ବିବାହ କରିବାକୁ ଯାଉଥିବା କହିଛନ୍ତି ପଲାଶ ।
ICC ମହିଳା ଓ୍ବାନଡେ ବିଶ୍ୱକପ୍ ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ, ଶୁକ୍ରବାର ଇନ୍ଦୋରର ଷ୍ଟେଟ୍ ପ୍ରେସ୍ କ୍ଲବରେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ ପଲାଶ । ସେହି ସମୟରେ ପଲାଶ ଏହି ସୂଚନା ଦେଇଛନ୍ତି । ଯାହାକୁ ଶୁଣି ଫ୍ୟାନ୍ସ ମାନେ ବହୁତ ଖୁସ୍ । 
ସୃତି ଆଉ ପଲାଶଙ୍କ ଅନେକ ଫ୍ୟାନ୍ସ ରହିଛନ୍ତି । ପଲାଶ ମୁଚ୍ଚଲ ନିଜ ଭଉଣୀ ପଲକ ମୁଚ୍ଚଲଙ୍କ ସହ ଗୀତ ରଚନା ପାଇଁ ବେଶ ପରିଚିତ। ‘ଡିସକିଆଁ’ ଏବଂ ‘ଭୂତନାଥ ରିଟର୍ଣ୍ଣସ୍’ ଭଳି ଅନେକ ବଲିଉଡ୍ ପ୍ରୋଜେକ୍ଟରେ ସେ କାମ କରିଛନ୍ତି । ବର୍ତ୍ତମାନ ସେ ଫିଲ୍ମ ‘‘ରାଜୁ ବାଜେୱାଲା’’ର ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମରେ ଅବିକା ଗୋର ଏବଂ ଚନ୍ଦନ ରୟ ମୁଖ୍ୟ ଭୂମିକାରେ ଅଛନ୍ତି । ଆଉ ସ୍ମୃତି ଏବେ ଆଇସିସି ମହିଳା ଦିନିକିଆ ବିଶ୍ୱକପ କ୍ରିକେଟରେ ଖେଳୁଛନ୍ତି । ଗତ ୧୯ରେ ଇଂଲଣ୍ଡକୁ ଭେଟିଛି ଭାରତ । ଏହି ବିଶ୍ୱକପରେ ସ୍ମୃତି ଜବରଦସ୍ତ ଫର୍ମରେ ଅଛନ୍ତି । ଆଉ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି  ପଲାଶ ।
ବଲିଉଡ ଓ କ୍ରିକେଟ ମଧ୍ୟରେ ଏ ସମ୍ପର୍କ ଆଉ ନୂଆ ହୋଇନାହିଁ । ଏବେ ଏହି ଫର୍ଦ୍ଦରେ ସ୍ମୃତି-ପଲାଶଙ୍କ ନାଁ ଯୋଡି ହେବାକୁ ଯାଉଛି । ଆଉ ଭାରତର ଷ୍ଟାର ମହିଳା କ୍ରିକେଟର ସ୍ମୃତି ମାନ୍ଧାନା ଇନ୍ଦୋରର ବୋହୂ ହେବାକୁ ଯାଉଛନ୍ତି । ଦୀର୍ଘ ଦିନ ହେବ ଏହି ଦୁଇଜଣଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଖବର ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ଉଭୟଙ୍କ ଏକତ୍ର ଫଟୋ ଅନେକ ସମୟରେ ଦେଖିବାକୁ ମିଳିଛି । ଏବେ ଏବେ ପଲାଶ କହିଛନ୍ତି ସ୍ମୃତି ଖୁବ ଶୀଘ୍ର ଇନ୍ଦୋରକୁ ବୋହୂ ହୋଇ ଆସିବେ ।

Advertisment

ଅଧିକ ଦେଖନ୍ତୁ:

Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ