Advertisment

Gold Price Hike: ଆଉ କେତେ ବଢିବ ସୁନା ରୁପା ? ୨ ଲକ୍ଷ ହେବ କି, ଜାଣନ୍ତୁ କ'ଣ କହିଲେ ଏକ୍ସପର୍ଟ

ଆଉ କେତେ ବଢିବ ସୁନା ରୁପା ? ଆଗକୁ ବଢିବ ନା କମିବ ? ଦେଢ ଲକ୍ଷ ଟପିଲାଣି ସୁନା ଦର ରୁପା ଏବେ ୪ ଲକ୍ଷ ମୁହାଁ । ସୁନା ପିନ୍ଧିବା ତ ଦୂରରେ ଥାଉ, ଏବେ ତାକୁ ଛୁଇଁବାକୁ ବି ଡର ଲାଗୁଛି ।

Gold Rate

Gold Rate Photograph: (OTV)

Advertisment

ହୁ ହୁ ହୋଇ ବଢୁଛି ରେଟ୍, ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଲଗାମଛଡ଼ା ସୁନା, ରୁପା ଭାଉ ।  ସୁନା ପିନ୍ଧିବା ତ ଦୂରରେ ଥାଉ, ଏବେ ତାକୁ ଛୁଇଁବାକୁ ବି ଡର ଲାଗୁଛି । ଖାଲି ସୁନା ନୁହେଁ, ରୁପାର ଲମ୍ବ ଡିଆଁ ଦେଖି ସମସ୍ତେ ଛାନିଆ । ସପ୍ତାହେ ଭିତରେ ୩୦ ହଜାର ଟଙ୍କା ବଢିଛି ରୁପା ଦର । 

Advertisment

ସପ୍ତାହକରେ ୧୦ ହଜାର ବଢିଲା:

ସୁନା ସପ୍ତାହକ ଭିତରେ ବଢ଼ିଛି ୧୦ ହଜାର ଟଙ୍କା । ଆଜି ଭୁବନେଶ୍ବର ବଜାରରେ ୧୦ ଗ୍ରାମ ୨୨ କ୍ୟାରେଟ୍  ସୁନା ଦାମ ୧ ଲକ୍ଷ ୪୪ ହଜାରରୁ ଅଧିକ ରହିଛି । ଯାହା ସପ୍ତାହେ ତଳେ ୧ ଲକ୍ଷ ୩୧ ହଜାର ଥିଲା। ୨୪ କ୍ୟାରେଟ୍ ସୁନା ଦାମ୍ ରହିଛି ୧ ଲକ୍ଷ ୫୭ ହଜାର ଟଙ୍କାରୁ ଅଧିକ  । ଏଠି ପ୍ରଶ୍ନ ଉଠୁଛି, ଆଗକୁ ସୁନା କମିବ ନା ଏମିତି ବଢିଚାଲିବ ? ଦେଢ ଲକ୍ଷ ଟପିବା ପରେ ଆଉ ୨ ଲକ୍ଷ ହେବ କି ସୁନା ? ଏନେଇ ଆକଳନ କରିବା କଷ୍ଟକର ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ।

ସୁନାଠୁ ଅଧିକ ଲମ୍ବ ଡିଆଁ ମାରୁଛି ରୁପା । ଶହେ କି ହଜାରେ ନୁହେଁ, ଏକାଥରେ ୫ରୁ ୧୦ ହଜାର ବଢୁଛି ଦର । ଆଜି ରୁପା କିଲୋ ୩ ଲକ୍ଷ ୪୦ ହଜାରରେ ବିକ୍ରି ହେଉଛି । ମାସକ ମଧ୍ୟରେ ଲକ୍ଷେ ଟଙ୍କାରୁ ଅଧିକ ବଢ଼ିଛି ରୁପା । ଜାନୁଆରୀ ପହିଲାରେ ରୁପା କେଜି ଥିଲା ୨ ଲକ୍ଷ ୫୬ ହଜାର । ଆଗକୁ ଆସୁଛି ବିବାହ ଋତୁ । ହେଲେ ଆକାଶଛୁଆଁ  ସୁନା, ରୁପା ଦରକୁ ଦେଖି ଚିନ୍ତାରେ ସାଧାରଣ ଲୋକେ । ୫ ଗ୍ରାମ କିଣିବାକୁ ଯାଉଥିବା ଗ୍ରାହକ ଗୋଟେ ଗ୍ରାମ ସୁନା କିଣିବାକୁ ବି ଡରୁଛି ।
କାହିଁକି ବଢୁଛି ସୁନା ରୁପା ଦର ?

ଅମାନିଆ ଟ୍ରମ୍ପଙ୍କ ନୀତି, ଅସ୍ଥିର ବିଶ୍ୱ ବଜାର ତଥା ଭୂରାଜନୈତିକ ଅସ୍ଥିରତା, ଦୁର୍ବଳ ଡଲାର ପ୍ରଭୃତି ସୁନା ଦର ବୃଦ୍ଧିର ପ୍ରମୁଖ କାରଣ । ଏହାଛଡା ସୁନା ସଞ୍ଚୟର ସୁରକ୍ଷିତ ମାଧ୍ୟମ ହୋଇଥିବାରୁ ଅଧିକ ନିବେଶ ବଢୁଛି । ଯାହା ଦର ବଢାଉଛି ।  ସେହିପରି ଶିଳ୍ପଜଗତରେ ଚାହିଦା ବୃଦ୍ଧି ରୁପା ଦର ବଢିବାର ମୁଖ୍ୟ କାରଣ ହୋଇଛି ।

Advertisment

ବ୍ୟୁରୋ ରିପୋର୍ଟ, ଓଟିଭି

Gold Silver Price gold rate hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ