Flood
ସାବଧାନ ! ବନ୍ୟା ବିପତ୍ତିବେଳେ ହୋଇପାରେ ସର୍ପ କାଳ । ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଭିତରେ ବଡ଼ ବିପଦ ସାଜିଛନ୍ତି ସରୀସୃପ । ଘରେ ହେଉ କି ବାହାରେ ମାଳ ମାଳ ହୋଇ ବୁଲୁଛନ୍ତି ଏଣେ ତେଣେ । ଏସବୁ ଭିତରେ ସବୁଠୁ ବଡ଼ ଭୟଭୀତ କରିଛି ସାପ । ଗାଁ ଗହୀର ହେଉ କି ସହରର ତଳି ଅଞ୍ଚଳ । ମାଡ଼ି ଆସିଥିବା ବନ୍ୟା ପାଣିରେ ବିଷଧର ସମେତ ବିଭିନ୍ନ ପ୍ରଜାତିର ସାପ ବିଚରଣ କରୁଛନ୍ତି । SRCଙ୍କ ସୂଚନା ଅନୁଯାୟୀ, ଏହି ବନ୍ୟା ବିପତ୍ତି ଭିତରେ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି । ଆଗକୁ ପୁଣି ବର୍ଷା ସହ ନଈନାଳରେ ପାଣି ବଢ଼ିବାର ସମ୍ଭାବନା ରହିଛି । ତେଣୁ ସର୍ପାଘାତ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)