ବାତ୍ୟା ପୂର୍ବରୁ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଉଛି ଜିଲ୍ଲା ପ୍ରଶାସନ । ଘରକୁ ଘର ଯାଇ ଲୋକଙ୍କୁ ଖୋଜି ଖୋଜି ଘର ଛାଡିବାକୁ କୁହାଯାଉଛି । ବାଲେଶ୍ୱର ଭୋଗରାଇ ବ୍ଲକ୍ ତାଳସାରୀ ପାଖ ବଙ୍ଗୋପସାଗର କୂଳରେ ଥିବା ସୁବର୍ଣ୍ଣପୁର ଦ୍ୱୀପ । ପ୍ରଶାସନର ବାରମ୍ବାର ଅନୁରୋଧ ସତ୍ତ୍ୱେ ବାସ ଛାଡି ଆସୁନଥିଲେ ୧୫ରୁ ଅଧିକ ପରିବାର । ଆଜି ସେମାନଙ୍କୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ । ଘରେ ତାଟି କବାଟ ଦେଇ, ସାଙ୍ଗରେ ଜରୁରୀ ଜିନିଷପତ୍ର ନେଇ ଲୋକେ ବାହାରିଥିଲେ ବାତ୍ୟା ଆଶ୍ରୟସ୍ଥଳୀ। ପୋଲିସ ଓ ମତ୍ସ୍ୟବିଭାଗ ସହାୟତାରେ ସମସ୍ତଙ୍କୁ ଡଙ୍ଗାରେ ଉଦ୍ଧାର କରାଯାଇଛି ।
Published By: Satyendu Shekher Mishra
Last updated: 24 October 2024, 01:52 PM IST
ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।