low pressure
୧୦ ଦିନ ହେଲା ଟାଇଁ ଟାଇଁ ଖରା ଥିଲା, ହେଲେ ଲଘୁଚାପ ଫଳରେ ଦୁଇ ଦିନ ହେଲା ରାଜ୍ୟବ୍ୟାପୀ ବର୍ଷା। କେଉଁଠି ଝିପିଝିପି ତ କେଉଁଠି ଢାଳୁଛି। ତେଲକୋଇରେ ସର୍ବାଧିକ ୧୮୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଫୁଲବାଣୀରେ ସାଲୁଙ୍କି ନଦୀ ଫୁଲୁଥିବା ଖବର ଆସିଛି। ଏପଟେ ଆସନ୍ତାକାଲି ସକାଳ ଯାଏଁ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ବି ଜାରି ହୋଇଛି। ତେଣେ ମରୁଡ଼ି ଆଶଙ୍କାରେ ଥିବା ଚାଷୀଙ୍କ ପାଇଁ ଏ ବର୍ଷା ସଂଜିବନୀ ସଦୃଶ ହୋଇଛି। ଆଗକୁ ୨୩ ତାରିଖରୁ ଘୂର୍ଣ୍ଣିବଳୟ ଫଳରେ ପୁଣି ବର୍ଷା ହେବ ବୋଲି ଆଶ୍ବାସନା ଦେଇଛି ପାଣିପାଗ ବିଭାଗ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)