Advertisment

ଜହ୍ନର ଦକ୍ଷିଣ ମେରୁ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ

ଜହ୍ନର ଦକ୍ଷିଣ ମେରୁରେ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ । ତାପମାତ୍ରା ମାପିଲା ସ୍ୱତନ୍ତ୍ର ପେ'ଲୋଡ୍ 'ଚାସ୍ତେ' । ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ସ୍ୱତନ୍ତ୍ର ଯନ୍ତ୍ର ଚାସ୍ତେ ପରଖିଛି ଚନ୍ଦ୍ରପୃଷ୍ଠର ତାପମାତ୍ରା ।

Advertisment

ବିକ୍ରମ ମାପିଲା ଜହ୍ନର ତାତି । ଚନ୍ଦ୍ରର ଯେଉଁ ଦକ୍ଷିଣ ମେରୁରେ ଆଜି ଯାଏଁ କେହି ପାଦ ଥାପିନଥିଲେ, ସେଠାରୁ ପ୍ରଥମ ଥର ପାଇଁ ଅନେକ ନୂଆ ନୂଆ ତଥ୍ୟ ହାସଲ କରୁଛି ଚନ୍ଦ୍ରୟାନ-୩ । ଲ୍ୟାଣ୍ଡର ବିକ୍ରମ ସେଠାରେ ମାପିଛି ଚନ୍ଦ୍ରପୃଷ୍ଠର ଉତ୍ତାପ । ଜହ୍ନମାଟିରେ ଗଭୀରତା ବଢ଼ିବା ସହ ତାପମାତ୍ରା ବି କିଭଳି ବଦଳୁଛି, ତାର ଗ୍ରାଫ୍ ଜାରି କରିଛି ଇସ୍ରୋ । ତେବେ ଇଏ ତ ଆରମ୍ଭ ମାତ୍ର । ଆଗକୁ ଭାରତ ହାତରେ ଲାଗିବ ଆହୁରି ଅନେକ ବୈଜ୍ଞାନିକ ତଥ୍ୟ, ଯାହାକି ଅନ୍ୟ କୌଣସି ଦେଶ ପାଖରେ ନାହିଁ ।

Advertisment
Chandrayaan-3 Moon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ