ତଦନ୍ତ କରି କ’ଣ ଖୋଜୁଛି କ୍ରାଇମବ୍ରାଞ୍ଚ ? ୪ ଦିନ ହେଲା କରୁଛି ତନାଘନା । ଏୟାରପୋର୍ଟ, ହସ୍ପିଟାଲ ଓ କ୍ରାଇମ୍ସ୍ପଟରେ ଖୋଜୁଛି କ’ଣ ? ୨ର୍ଷ ତଳର ପ୍ରମାଣ କ’ଣ ଏବେ ମିଳିଯିବ ? କାରଣ ଜାମୁକୋଳି ଗପ ରଚୟିତାଙ୍କ ନାହିଁ ଦେଖା । ନିଶରେ ତେଲ ମାରି ବୁଲୁଛନ୍ତି ଅରୁଣ ବୋଥ୍ରା । ଇନଭେଷ୍ଟିଗେସନ ଅଫିସର ରମେଶ ଦୋରା ଏବେ କେଉଁଠି ?
Published By: Tapaswini Nayak
Last updated: 22 March 2025, 10:46 AM IST
ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଥିଲେ ଛାତ୍ରୀ । ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଏହି ଅଭିଯୋଗ କରିଥିଲେ ଛାତ୍ରୀ । କିଟ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି । ପୂରା ଘଟଣାର ଉଚ୍ଚସ୍ତରୀୟ କମିଟି ତଦନ୍ତ କରୁଥିବା କଥା ବି ଦର୍ଶାଇଛନ୍ତି ମନ୍ତ୍ରୀ ।