Advertisment

କାଲି ଶଙ୍ଖ ଭବନରେ ଗଣ୍ଡଗୋଳ, ଆଜି ପୂର୍ବତନ ମନ୍ତ୍ରୀଙ୍କୁ ଟାର୍ଗେଟ୍

ଗତକାଲି ଶଙ୍ଖ ଭବନରେ ଗଣ୍ଡଗୋଳ। ଆଉ ଆଜି ପାଲଟା ଅଭିଯୋଗ। ଭୁବନେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ ସତେ ଯେମିତି ଥମିବାର ନାଁ ଧରୁନି। ଶଙ୍ଖ ଭବନରେ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୂପକାରଙ୍କୁ ବିରୋଧ ପରେ ଆଜି ଉଭୟ ମୁହଁ ଖୋଲିଛନ୍ତି।

author-image
Santosh Kumar Sahoo

ତେଜିଲା ଭୁବନେଶ୍ବର ବିଜେଡି ବିବାଦ । ଗତକାଲି ଶଙ୍ଖ ଭବନ ହଙ୍ଗାମା ପରେ ଘନେଇଲା ବ୍ଲେମ୍ ଗେମ୍ । ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଇଙ୍ଗିତରେ ବିଶୃଙ୍ଖଳା ଭିଆଯାଇଛି ବୋଲି ଅଭିଯୋଗ ଆଣିଲେ ଦଳର ଦୁଇ ବିଦ୍ରୋହୀ କର୍ପୋରେଟର । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମରେଶ ଜେନା ଓ ବିରଞ୍ଚି ମହାସୂପକାର କହିଛନ୍ତି ଅଶୋକ ପଣ୍ଡାଙ୍କ ପାଇଁ ଭୁବନେଶ୍ବର ବିଜେଡିରେ ବିଶୃଙ୍ଖଳା ଦେଖା ଦେଉଛି । ଗତକାଲି ଶଙ୍ଖ ଭବନକୁ ଜଣେ ବିଜେପି ସଦସ୍ୟ ରାଜେଶ ପାତ୍ରଙ୍କୁ ଆଣି ଅଶୋକ ଗଣ୍ଡଗୋଳ କରାଇଛନ୍ତି । ଏନେଇ ଆମେ ସୁପ୍ରିମୋଙ୍କୁ ଅଭିଯୋଗ କରିବୁ।

Advertisment
BJD
Advertisment
Advertisment