Last updated: 13 June 2024, 09:14 PM IST
ବିଜେପି ଗଢିଲା ସରକାର। ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୮ କ୍ୟାବିନେଟ୍ ଓ ୫ ରାଷ୍ଟ୍ରମନ୍ତ୍ରୀ-ସ୍ୱାଧୀନ ନେଲେ ଶପଥ । ୧୩ ଜିଲ୍ଲାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ମିଳିଛି । ସେପଟେ କିନ୍ତୁ କିଛି ବରିଷ୍ଠ ପ୍ରମୁଖ ଦାବିଦାରଙ୍କ ନାଁ ମନ୍ତ୍ରିମଣ୍ଡଳରେ ନାହିଁ। ସମ୍ୱଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରୀ ପଦ ମିଳିନି। ଯେଉଁଥିଲାଗି ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି।