ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଆଉ ୨୭ ବିଧାନସଭା ଓ ୫ ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ପ୍ରାର୍ଥୀ ଘୋଷଣାର କିଛି ସମୟ ମଧ୍ୟରେ ବିଜେଡିକୁ ଲାଗିଛି ବଡ଼ ଝଟକା । ଟିକେଟ୍‌ ଘୋଷଣା ହେବା ପରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା । ଦଳ ଟିକେଟ ନ ଦେବାରୁ ଇସ୍ତଫା ଦେଇଛନ୍ତି ପର୍ଶୁରାମ। ସୋରରୁ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ ଦେଇଛି । ତେବେ ଚଳିତ ନିର୍ବାଚନରେ ପୁଣି ଥରେ ବିଜେଡି ଟିକେଟ୍‌ରୁ ନିର୍ବାଚନ ଲଢ଼ିବା ପାଇଁ ଆଶା କରିଥିଲେ ପର୍ଶୁରାମ।