Puri LokSabha Seat
ପୁରୀ ଜିଲ୍ଲାର ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଖୋର୍ଦ୍ଧା ଜିଲ୍ଲାର ଚିଲିକା ଏବଂ ନୟାଗଡ଼ ଜିଲ୍ଲାର ରଣପୁର ଓ ନୟାଗଡ଼ ବିଧାନସଭା ଆସନକୁ ନେଇ ଗଠିତ ପୁରୀ ସଂସଦୀୟ କ୍ଷେତ୍ର । ଲଗାତର ଷଷ୍ଠ ଥର ପାଇଁ ବିଜେଡି ଦଖଲରେ ଏ ଆସନ ଥିବା ବେଳେ ଲଗାତର ତୃତୀୟ ଥର ପାଇଁ ସାଂସଦ ଅଛନ୍ତି ପିନାକୀ ମିଶ୍ର । ତେବେ ୨୦୨୪ରେ ପିନାକୀଙ୍କୁ ବାଦ୍ ଦେଇ ଦଳ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ସେପଟେ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇ ମାତ୍ର ୧୧ ହଜାର ୭୧୪ ଭୋଟରେ ପରାସ୍ତ ହୋଇଥିବା ସମ୍ବିତ ପାତ୍ର ଦ୍ୱିତୀୟ ଥର ପାଇଁ ସୁଯୋଗ ପାଇଛନ୍ତି । ସେପଟେ କଂଗ୍ରେସରୁ ଗତଥର ସତ୍ୟପ୍ରକାଶ ନାୟକ ପ୍ରାର୍ଥୀ ହୋଇଥିଲେ। ଏବେ ସେ କଂଗ୍ରେସ ଦଳରେନାହାନ୍ତି । କିନ୍ତୁ ଏବେ ସୁଦ୍ଧା କଂଗ୍ରେସ ପକ୍ଷରୁ ପୁରୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us