Narendra Modi
ଓଡ଼ିଆ ଅସ୍ମିତା ଆଜି ସଙ୍କଟରେ। ଏପରିକି ପୂରା ଓଡ଼ିଆ ଆଜି ଅସ୍ମିତା ଖତମ ହେବାକୁ ବସିଛି । ଓଡ଼ିଆ ଭାଷା ବି ଆଜି ବିପଦରେ। ମୁଁ ଭାବୁନି ଓଡ଼ିଆ ଲୋକେ ଏହାକୁ ଲମ୍ବା ସମୟ ବରଦାସ୍ତ କରିବେ। ଏକ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବଡ଼ ବୟାନ ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ହଲଚଲ।
ତେବେ କଣ ଏହି ଓଡିଆ ଅସ୍ମିତା ? କାହିଁକି ନିଜେ ମୋଦି ଏମିତି ସାଙ୍ଘାତିକ କଥା କହିଲେ ? ଯେଉଁ ରାଜ୍ୟ ଭାଷା ଭିତ୍ତିରେ ଗଠନ ହୋଇଥିଲା, ତାରା ଭାଷା, ସଂସ୍କୃତି, ପରିଚୟ, ମୋଟିମୋଟି ପୂରା ଅସ୍ମିତା ଖତମ ହେବାକୁ ବସିଛି। କିଏ ଦାୟୀ ଏଥିପାଇଁ ? ୧୯୩୬ ମସିହାରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଉତ୍କଳ ପ୍ରଦେଶ ଗଠନ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ନିର୍ବାଚନରେ ଭାଷା, ସାହିତ୍ୟ, ସଂସ୍କୃତି ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us