କଡ଼ ଲେଉଟାଉଥିବା ରାଜ୍ୟ ରାଜନୀତିରେ ରକ୍ତପାତ... ହତ୍ୟାରୁ ଆରମ୍ଭ ହୋଇ ହତ୍ୟାରେ ଶେଷ ହୋଇଛି ୨୪ ନିର୍ବାଚନ । କେନ୍ଦ୍ରାପଡ଼ା ପାଟକୁରା ମେଡ଼ିକାଲ୍ ପରିସରର ଚିତ୍ର ଦେଖି ସମସ୍ତେ ନିର୍ବାକ୍ । ଆପଣାର ଜଣେ ସାଥୀଙ୍କ ବାପାଙ୍କୁ ହରାଇ ନିରବ ନିଶ୍ଚଳ ବିଜେପି ନେତା ଓ କର୍ମୀ । ମାର୍ଶାଘାଇ ବ୍ଲକ ଯମପଡ଼ା ପଞ୍ଚାୟତର ୭୫ ବର୍ଷିୟ ପୁରୁଷୋତ୍ତମ ସ୍ୱାଇଁ । ଯାହାଙ୍କୁ ବିଜେଡି କର୍ମୀ ଗାଡ଼ି ମଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।