Advertisment

ସମ୍ବଲପୁର ଲୋକସଭା ଅଧୀନରେ ପ୍ରାର୍ଥୀ ଘୋଷଣାରେ ଆଣ୍ଠେଇଛି ବିଜେଡି

ସମ୍ବଲପୁରରେ ରାସେଶ୍ୱରୀ ଓ ରେଢାଖୋଲରେ ପ୍ରସନ୍ନ, ରୋହିତଙ୍କୁ ନେଇ ଚର୍ଚ୍ଚା । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ବି ଜୋରଦାର ଚର୍ଚ୍ଚା ।

ଅଦ୍ୟତନ ହୋଇଛି
Advertisment

ମାତ୍ରାଧିକ ଦାବିଦାର ? ନା ବିଦ୍ରୋହ ଡର ? କେଉଁ କାରଣରୁ ପଶ୍ଚିମ ଓଡ଼ିଶାର ଅତି ସମ୍ମାନଜନକ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଅଧାରୁ ଅଧିକ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣାରେ ଆଣ୍ଠେଇଛି ବିଜେଡି । ଯେଉଁଠି ସମ୍ବଲପୁର ଲୋକସଭା ପାଇଁ ଢେର ଆଗରୁ ବିଜେପି ହେଭିୱେଟ୍ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବାକୁ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଯାଜପୁରରୁ ନେଇ ସେଠି ପ୍ରାର୍ଥୀ କରିଛି। ତାହାଲେ ଏଯାଏଁ କାହିଁକି କୁଚିଣ୍ଡା, ସମ୍ବଲପୁର, ରେଢ଼ାଖୋଲ ଓ ଦେବଗଡ଼ ଆସନ ପାଇଁ ଦଳୀୟ ଟିକେଟ୍ ଅଙ୍କ ଛିଣ୍ଡେଇ ପାରୁନି ? କେଉଁ କାରଣରୁ କେବଳ ରେଙ୍ଗାଳି,ଛେଣ୍ଡିପଦା ଓ ଆଠମଲ୍ଲିକରେ ପ୍ରାର୍ଥୀ ଘୋଷଣା କରି ଆଉ ଆଗକୁ ଯାଇପାରୁନି ଦଳ ? କୁହାଯାଉଛି ଯେହେତୁ ବାକି ୪ ଆସନରେ ପୁଳା ପୁଳା ଆଶାୟୀ ଅଛନ୍ତି, ତେଣୁ ବିଦ୍ରୋହୀଙ୍କୁ ମ୍ୟାନେଜ୍ କରିବା ବିଜେଡି ପାଇଁ କାଠିକର ପାଠ ହୋଇଥିବା ଚର୍ଚ୍ଚା ହେଉଛି।

Advertisment
Sambalpur BJD General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ