Last updated: 13 May 2024, 10:55 PM IST
ନବୀନ ପଟ୍ଟନାୟକ ବନ୍ଦୀ। ତାଙ୍କ ଇମେଜ୍ ଆଉ ସ୍ୱରକୁ ବ୍ୟବହାର କରି ଡିପଫେକ ଭିଡିଓ କରି ଛଡ଼ାଯାଉଛି। ଏ କଥା ନିଜେ ନବୀନ ଜାଣିନାହାନ୍ତି। ଯିଏ ନବୀନଙ୍କୁ କ୍ୟାପଚର କରିଛି ସେ AI ମାଧ୍ୟମରେ ଏହି ଭିଡିଓ ପ୍ରସ୍ତୁତ କରିଛି। ତାଙ୍କୁ କଣ୍ଢେଇ ଭଳି ନଚଉଛି। ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।