Last updated: 02 June 2024, 09:59 PM IST
ଓଡ଼ିଶାରେ ବିଜେପି ଗ୍ରାଫ୍ ଉପରମୁହାଁ। ଲୋକସଭା ଏକ୍ଜିଟ ପୋଲ୍ କୁ ନେଇ ରାଜ୍ୟ ରାଜନୀତିରେ କଂପନ! ଏପରିକି ଇଣ୍ଡିଆ ଟୁଡେ- ଆକ୍ସିସ୍ ମାଇଁ ଇଣ୍ଡିଆ ଅନୁଯାୟୀ, ରାଜ୍ୟରେ ଲୋକସଭା ନିର୍ବାଚନରେ ୫୧ ପ୍ରତିଶତ ଭୋଟ୍ ବିଜେପି ହାତେଇଥିବା ଆକଳନ। ଯଦି ଏକଜିଟ୍ ପୋଲ୍ ର ଆକଳନ ଠିକ୍ ହୁଏ, ତାହେଲେ ରାଜ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ଭୋଟ୍ ବୃଦ୍ଧିର କାରଣ କଣ? କେମିତି ସଫଳ ହେବାକୁ ଯାଉଛି ବିଜେପି? କୁହାଯାଉଛି, ଚଳିତ ନିର୍ବାଚନରେ ଅଣଓଡ଼ିଆ ଏବଂ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ସାଜିଛି ମୁଖ୍ୟ ଫାକ୍ଟର।