Advertisment

ନବୀନ ନିବାସରେ ପୁରୀ ନେତାଙ୍କୁ ଡାକି ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ

ପୁରୀ ସଂସଦୀୟ କ୍ଷେତ୍ରରୁ ବିଜେଡି ଆରମ୍ଭ କଲା ଟିକେଟ୍ କସରତ। ନବୀନ ନିବାସ ବୈଠକରେ ପ୍ରାର୍ଥୀଙ୍କୁ ଗ୍ରୀନ ସିଗନାଲ୍ ସହିତ ଦିଆଯାଇଛି ଟାସ୍କ।

Advertisment

ପୁରୀ ସଂସଦୀୟ କ୍ଷେତ୍ରର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଓ ନୟାଗଡ଼ ସମେତ ଲୋକସଭା ଆସନ ପାଇଁ ବି ପ୍ରାର୍ଥୀଙ୍କୁ ଦଳପତି ଗ୍ରୀନ୍ ସିଗନାଲ୍ ଦେଇଛନ୍ତି । ପୁରୀ ଜିଲ୍ଲାରେ ସଂଗଠନ କିପରି ଅଧିକ ସୁଦୃଢ ହେବ ଏବଂ ଗତଥର ହାତରୁ ଖସିଥିବା ବ୍ରହ୍ମଗିରି ଓ ପୁରୀ ସଦର ନିର୍ବାଚନମଣ୍ଡଳୀ କିପରି କବଜାକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି।

Advertisment

ବୈଠକରେ ଅରୁପ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଯୋଗ ଦେଇଥିବାରୁ ଟିକେଟ୍ ସମୀକରଣରେ ବଡ଼ ହଲଚଲ୍ ହୋଇପାରେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତଥର ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ ହୋଇଥିବା ଅରୁପ ପଟ୍ଟନାୟକ, ଏଥର ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇପାରନ୍ତି। ସେହିପରି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ଚିଲିକା ବିଧାନସଭାରୁ ପ୍ରାର୍ଥୀ କରିବା ଯୋଜନା କରିଥିବା ସୂଚନା ମିଳୁଛି। ଅନ୍ୟପଟେ ସଞ୍ଜୟ ଦାସବର୍ମା-ଉମା ସାମନ୍ତରାୟ ବିବାଦରେ ବିରାମ ଲଗାଇବାକୁ ଦଳ ଦାସବର୍ମାଙ୍କୁ ସତ୍ୟବାଦୀ ଓ ଉମାଙ୍କୁ ବ୍ରହ୍ମଗିରିରୁ ଟିକେଟ ଦେଇପାରେ।

BJD General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ