ଆଉ ମ୍ୟାନେଜ୍ ମୁଡ୍‌ରେ ନାହାନ୍ତି ବିଦ୍ରୋହୀ ନେତା । କାମ କରୁନି ନବୀନ ଟ୍ରଷ୍ଟ । ଜଣଙ୍କ ପରେ ଜଣେ ଡିଆଁ ମାରୁଛନ୍ତି ପଦ୍ମ କ୍ୟାମ୍ପକୁ । ଆଜି ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଜଟଣୀ ନେତା ସନ୍ତୋଷ ଜେନା । ଉଭୟ ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । ଅନ୍ୟପଟେ ଆଜି ବିଜେଡିକୁ ବାଏ ବାଏ କରିଛନ୍ତି ଓଲିଉଡ୍‌ର ଜଣାଶୁଣା ଚେହେରା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ  କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ। ସେହିପରି ଦିନକ ତଳେ ଇସ୍ତଫା ଦେଇଥିଲେ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବୁରୁ ଶିଶା । ତଥ୍ୟ କହୁଛି, ଗଲା କିଛି ଦିନ ଭିତରେ ବିଜେଡି ହାତ ଛାଡିଲେଣି ୨ ସାଂସଦ, ୪ ବିଧାୟକ ଆଉ ଗଣ୍ଡା ଗଣ୍ଡା ପୂର୍ବତନ ବିଧାୟକ।