Advertisment

୨୦୨୪ ପାଇଁ ବିଜେଡିର ରଣନୀତି; ଏଣିକି ନବୀନ ଓଡ଼ିଶା ନାରା

ବିଜୁ ବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନରେ ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରୁଛନ୍ତି । ସରକାରୀ ପ୍ରକଳ୍ପର ଶୁଭାରମ୍ଭ ସହ ବିଭିନ୍ନ ସାଧାରଣ ସଭାରେ ଯୋଗ ଦେବେ ନବୀନ । ସ୍ୱତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ୍ ୱେ'ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

author-image
Tanmay Kumar Mahalik

ଏଣିକି ଆଉ ବିଜୁ ନୁହେଁ, ନବୀନ ଓଡ଼ିଶା ନାରାରେ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ବିଜେଡି ଯୋଜନା କରୁଛି । ଆସନ୍ତାକାଲି ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲାରେ ସଭା ଓ ରୋଡ୍ ସୋ' କରି ଏକ ପ୍ରକାର କ୍ୟାଂପେନ୍ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ଗସ୍ତ କାର୍ଯ୍ୟକ୍ରମ ରାଜ୍ୟରେ ଆଗୁଆ ନିର୍ବାଚନର ସଙ୍କେତ ବୋଲି ଚର୍ଚ୍ଚା ହେଉଛି । ତେବେ ନବ ଦାସ ଓ ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଜେଡି ପଶ୍ଚିମ ଓଡିଶାରେ ବ୍ୟାକଫୁଟରେ ଥିବାରୁ ତାକୁ କଭର୍ ଅପ୍ ପାଇଁ ଏହି କାର୍ଯ୍ୟକ୍ରମ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । 

Advertisment
BJD
Advertisment
Advertisment