• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

କାହା ମୁଣ୍ଡରେ ଓଦା କପଡା ତ କାହା ମୁଣ୍ଡରେ ଛତା । କଳା ଚଷମା ଓ ରୁମାଲଟିଏ ନବାନ୍ଧିଲେ ଖରାରେ ମୁହଁ କାଢିବା ମୁସ୍କିଲ । ଡହ ଡହ ଖରାରେ କାନ ମୁଣ୍ଡ ଝାଇଁ ମାରିଯାଉଛି । ଝାରସୁଗୁଡାରେ ଦିନ ୧୧ଟା ନହେଉଣୁ କଲବଲ କରିଛି ତାତି । ଆଉ ୨ଟା ବେଳକୁ ପାରଦ ୪୨ ଡିଗ୍ରୀ ପାର୍ । ଝାରସୁଗୁଡା ଭଳି ସମ୍ବଲପୁରରେ ବି ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଅସହ୍ୟ ଗରମରେ ଛଟପଟ ଲୋକେ ଘରୁ ପାଦ କାଢିବାକୁ ଡରିଲେଣି । ତତଲାଗଡ ଟିଟିଲାଗଡରେ ସକାଳ ୧୦ଟାରୁ ରାସ୍ତାଘାଟ ଶୂନଶାନ । ଗୁଳୁଗୁଳି ସାଙ୍ଗକୁ ଝାଞ୍ଜିପବନ ବସେଇ ଉଠେଇ ଦେଉନି । ବାରିପଦାରେ ବି ମୁଣ୍ଡଫଟା ଖରା । ହଠାତ୍ ତାପମାତ୍ରାରେ ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।

Heat Wave