ଘର ଗୋଟିଏ । ହେଲେ ସରକାରୀ ଯୋଜନା ହାତେଇବାକୁ ଗୋଟିଏ ପରିବାର ଗୋଟିଏ ଘରକୁ ଦେଖାଇ ହାତେଇ ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସରକାରଙ୍କ ମତ୍ସ୍ୟ ପୋଖରୀ ଏବଂ ଗୋଦାମ ଗୃହ ଏଭଳି ୨ଟି ଯୋଜନାରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଖୋର୍ଦ୍ଧା ବ୍ଲକ ଗଡ଼ ହଳଦିଆ ପଞ୍ଚାୟତ ବସନ୍ତ ଗାଁର ତିନିଜଣ ହିତାଧିକାରୀଙ୍କୁ ଦେଇଛନ୍ତି ୧୬ ଲକ୍ଷ ଟଙ୍କା। ୨୦୧୮- ୧୯ ଆର୍ଥିକ ବର୍ଷରେ ଗୋଦାମ ଗୃହ ପାଇଁ ଜଣକା ୨ ଲକ୍ଷ ହିସାବରେ ୩ ଜଣଙ୍କୁ ୬ ଲକ୍ଷ ଏବଂ ମତ୍ସ୍ୟ ପୋଖରୀ ଯୋଜନାରେ ସେମାନଙ୍କ ମଧ୍ୟରୁ ଜଣକୁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।
Published: Sarbeswar
Last updated: 04 May 2023, 09:51 PM IST
ପାରମ୍ପାରିକ ନୃତ୍ୟ ସଂଗୀତର ତାଳେ ତାଳେ ଝୁମୁଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁର। କାରଣ ମାଟିର ଝିଅ ଘରକୁ ଫେରିଛି। ଆଉ ସେହି ଗର୍ବ ଆଉ ଗୌରବର ମୁହୁର୍ତ୍ତ ଭିତରେ ମାଡ଼ାମ ପ୍ରେସିଡେଣ୍ଟଙ୍କୁ ଭେଟିବା ପାଇଁ ଏବଂ ତାଙ୍କର ଝଲକ ପାଇବା ପାଇଁ କିଏ ପାଚେରୀ କଡ଼ରେ ତ ଆଉ କିଏ ଗଛ ଡାଳରେ ଚଢ଼ି ଅପେକ୍ଷାରତ। ଆଉ ମହାମହିମ ପହଞ୍ଚିବା କ୍ଷଣି ଏବଂ ତାଙ୍କର ଦର୍ଶନ ପାଇ ସବୁରି ମନ କୁଣ୍ଢେମୋଟ।