Advertisment

ରଙ୍ଗଶାଳାରେ କୋଟି କୋଟି ଟଙ୍କା ଡିଲ୍

ଖାଲି ଏତିକି ନୁହେଁ ଏଠାକୁ ଆସୁଥିବା ଅତିଥି ମାନଙ୍କୁ ଫାର୍ମ ହାଉସ ବୁଲିବା ପାଇଁ ସ୍ଵତନ୍ତ ଗାଡ଼ି ରଖିଥିଲା ଚକ୍ର ।

author-image
Santosh Kumar Sahoo

ସବୁ କିଛି ପ୍ରମାଣ ଏବେ କ୍ରାଇମବ୍ରାଞ୍ଚ EOW ହାତରେ । ଦେଖନ୍ତୁ ଏ ଫାର୍ମ ହାଉସକୁ । ଏହି ଫାର୍ମ ହାଉସକୁ ଦେଖିଲେ ଆଖି ଖୋସି ହୋଇଯିବ। ଫାର୍ମହାଉସର ଗେଟରେ ଲାଗିଥିବା ମୂର୍ତ୍ତିର ଦାମ ଲକ୍ଷାଧିକ ଟଙ୍କା। ଫାର୍ମହାଉସ ଭିତରେ ଥିବା ରଙ୍ଗଶାଳାଟି କୌଣସି ଫାଇଭ ଷ୍ଟାର ହୋଟେଲରୁ କମ ନୁହେଁ। ରଙ୍ଗଶାଳାର ବିଭିନ୍ନ ରୁମରେ ଲାଗିଥିବା କାଠ ନେପାଳରୁ ଆସିଥିବା ଚର୍ଚ୍ଚା। ରଙ୍ଗଶାଳା ଯଦିଓ ବନ୍ଦଅଛି ସେଠାରେ ଲାଗିଥିବା ଆସବାବ ପତ୍ର ବେସ ବିଳାସପୂର୍ଣ୍ଣ ଓ ମୂଲ୍ୟବାନ । ଯାହା କାଚ ଝରକା ରୁ ଜଳ ଜଳ ଦେଖାଯାଉଥିଲା। । ଘର ର ଚାରିପଟେ ଲନ ଘାସ ସାଙ୍ଗକୁ ଦାମି ଟାଇଲ ରେ ସଜ୍ଜିତ । ଯେଉଁଠାରେ ସଂଧ୍ୟାରେ ବସି ପ୍ରକୃତି କୁ ଉପଭୋଗ ସହ କକଟେଲ ପାଟିର ବ୍ୟବସ୍ଥା ବି ଥିଲା । କୁହାଯାଏ ଏହିଠାକୁ ହିଁ ଆସୁଥିଲେ ବିଜେଡ଼ିର ମଙ୍ଗୁଆଳ ମାନେ । ଖାଲି ଏତିକି ନୁହେଁ ଏଠାକୁ ଆସୁଥିବା ଅତିଥି ମାନଙ୍କୁ ଫାର୍ମ ହାଉସ ବୁଲିବା ପାଇଁ ସ୍ଵତନ୍ତ ଗାଡ଼ି ରଖିଥିଲା ଚକ୍ର ।

Advertisment
BJD Keonjhar
Advertisment
Advertisment