Advertisment

କୋଟିଆରେ ଉତ୍କଳ ଦିବସ ରାଜନୀତି; ଶକ୍ତି ପ୍ରଦର୍ଶନ କଲା ବିଜେପି ଓ ବିଜେଡି

ଆନ୍ଧ୍ର ଗୋ' ବ୍ୟାକ୍... ଉତ୍କଳ ଦିବସ ଅବସରରେ କୋଟିଆ ଗସ୍ତ କରି ଏହି ନାରା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟ ଜିଲ୍ଲାର ବହୁ ବିବାଦୀୟ ସୀମାବର୍ତ୍ତି ଗ୍ରାମପୁଞ୍ଜ 'କୋଟିଆ' ଉପରେ, ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଲୋଲୁପ ଦୃଷ୍ଟି ପକାଇଥିବା ବେଳେ; ଆଜି ସେଠାରେ ଆଡ଼ମ୍ବର ସହକାରେ ଉତ୍କଳ ଦିବସ ପାଳିଛନ୍ତି ଧର୍ମେନ୍ଦ୍ର ।

Advertisment

କୋଟିଆରେ ଉତ୍କଳ ଦିବସ ରାଜନୀତି । ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଉତ୍କଳ ଦିବସ ପାଳନ କରିବା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି ଉଭୟ ବିଜେପି ଓ ବିଜେଡି। କୋଟିଆ ପଞ୍ଚାୟତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ବିଧାୟକ ଓ ପୂର୍ବତନ ବିଧାୟକ ପ୍ରମୁଖ ଉତ୍କଳ ଦିବସ ପାଳିଥିବା ବେଳେ, ବିଜେଡି ପାଳିଛି ତଳଗଞ୍ଜେଇପଦରରେ । ତେବେ କୋଟିଆ ଗସ୍ତ ଅବସରରେ ସେଠାରେ କିଛି ଆନ୍ଧ୍ର ଅଫିସରଙ୍କୁ ଦେଖି, ଆନ୍ଧ୍ର ଗୋ ବ୍ୟାକ୍ ବୋଲି ନାରା ଦେଇଥିଲେ ଧର୍ମେନ୍ଦ୍ର ।

Advertisment
BJD BJP Kotia Utkal Dibasa Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ