Advertisment

ୱକ୍‌ଫ ସଂଶୋଧନ ବିଲ୍: ଆଭିମୁଖ୍ୟ ବଦଳାଇଲା ବିଜେଡି

ରାଜ୍ୟସଭାରେ ୱକ୍‌ଫ ସଂଶୋଧନ ବିଲ୍ ଆଲୋଚନା ବେଳେ ବିଜେଡି ସାଂସଦଙ୍କ ବିରୋଧପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେଡି ରାଜ୍ୟସଭାରେ ଭୋଟିଂ ସମୟରେ ବିପକ୍ଷରେ ଭୋଟ ଦେଉଛି କିମ୍ବା ଓ୍ବାକ୍ ଆଉଟ୍ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଥିଲା । କିନ୍ତୁ, ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସୂଚନା ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି ।

author-image
Santosh Kumar Sahoo

ୱକଫ୍ ବିଲ୍‌କୁ ନେଇ ଘଡିକି ଘଡି ବଦଳୁଛି ବିଜେଡିର ଆଭିମୁଖ୍ୟ । ଚର୍ଚ୍ଚାରେ ବିଜେଡିର ନରମ ଗରମ ରାଜନୀତି । ଆଜି ରାଜ୍ୟସଭାରେ ସାଂସଦ ମୁନ୍ନା ଖାଁ ବିଲ୍ ବିରୋଧରେ ମତ ରଖିଥିଲେ। ୱକଫ୍ ସଂଶୋଧନ ବିଲ୍ ଆଲୋଚନାରେ ଭାଗ ନେଇ ସାଂସଦ କହିଥିଲେ ଯେ, ବିଲ୍‌ରେ ୱକଫ ସଂପତ୍ତି ସୁରକ୍ଷିତ ରହିବା ନେଇ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ବିଲ୍‌ରେ ଇସଲାମ୍ ଧର୍ମ ପାଳନ ନେଇ ୫ ବର୍ଷ ସମୟସୀମା ଏବଂ ୫୦ ହଜାର ଟଙ୍କା ଜୋରିମାନା ପ୍ରାବଧାନକୁ ହଟାଇବା ସହ ୱକଫ ଅଧିନରେ ଥିବା ଜମିକୁ ଆଉ କାହାକୁ ହସ୍ତାନ୍ତର କରାନଯାଉ ବୋଲି ଦୃଢ ସ୍ବରରେ କହିଥିଲେ ସାଂସଦ ମୁନ୍ନା ଖାନ୍‌।

Advertisment
BJD Sasmit Patra WAQF Bill
Advertisment
Advertisment