ବକେୟା ବିଲ୍ ପାଇଁ ବିଜେଡିର ଅକଲ ଗୁଡୁମ୍। କୁଜଙ୍ଗରେ ତେଜିଲା ହିଂସା। ବିଡିଓଙ୍କୁ ବିଜେଡି ଜନପ୍ରତିନିଧିଙ୍କ ମାଡ଼ ପରେ ଜୋର୍ ଧରିଲା ପାରାଦୀପ ରାଜନୀତି। ବିଜେଡି ଚେତାବନୀ ଦେଇଛି, ଜାଣିଶୁଣି ବିଲ୍କୁ ବନ୍ଦ କଲେ ନିଆଁ ଜଳିବ। ବିଲ୍ ପାଇଁ ମହାଭାରତ! ସରଗରମ ପାରାଦୀପ ରାଜନୀତି। ବିଡିଓଙ୍କ ଉପସ୍ଥିତିରେ ହାତାହାତି, ଉଚ୍ଚବାଚ। ଗଡ଼ ହରାଇଥିବା ବିଜେଡି ଏବେ ରକ୍ତମୁଖା! ନିର୍ବାଚନ ମଣ୍ଡଳୀରେ ଭୋଟ୍ ପୂର୍ବର ବିଭିନ୍ନ ପୁରୁଣା କାମର ବିଲ୍ ବନ୍ଦ କରାଯାଇଥିବାରୁ କୁଜଙ୍ଗ ବିଡିଓଙ୍କୁ ବିଜେଡି ଜନ ପ୍ରତିନିଧିମାନେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଖୋଦ୍ ବିଡିଓ। ଏପରିକି ସାଦା କାଗଜରେ ତାଙ୍କଠାରୁ ଦସ୍ତଖତ ନିଆଯାଇଥିବା କଥା ବି FIRରେ ଉଲ୍ଲେଖ କରିଛନ୍ତି।
Published By: Satyendu Shekher Mishra
Last updated: 16 September 2024, 09:46 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।