Odisha Politics
ବିଜେଡି ଦେହରେ ପଣ୍ଡିଆନ୍ ଘା’ । ମଲମ ବଦଳରେ ବବି ମାରୁଛନ୍ତି ଜିରାଗୁଣ୍ଡ । ନା ଘା’ ଶୁଖୁଛି... ନା ଦଳକୁ ଯନ୍ତ୍ରଣା କମୁଛି । ଓଲଟି ଜିରାର ବାସ୍ନା ଭଳି ନବୀନଙ୍କ ଦଳ କନ୍ଦଳର ଯନ୍ତ୍ରଣା ବଢ଼ି ବଢ଼ି ଚାଲିଛି । ବବି ସାଜୁଛନ୍ତି ଭୂତ, ବବି ବି ସାଜୁଛନ୍ତି ଗୁଣିଆ । ଭୂତ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଆପେ ଆପେ ଝାଡ଼ୁଛନ୍ତି । ଦେଖନ୍ତୁ ଏ ଦୃଶ୍ୟକୁ, ସୋମବାର ଦିନ ପାଣ୍ଡିଆନ୍କୁ ନେଇ ନବୀନ ନିବାସରେ କଡ଼ା ବିରୋଧ ହେବା ପରେ ବିଜେଡି କରିଥିଲା ପ୍ରେସମିଟ୍ । ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ନେଇ ସମସ୍ତେ ଦେଇଥିଲେ ମତ । ଉପସ୍ଥିତ ଥିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର, ପ୍ରତାବ ଦେବ, ପ୍ରତାପ ଜେନା, ସଞ୍ଜୟ ଦାସ ବର୍ମା ଓ ପ୍ରଣବ ପ୍ରକାଶ ଦାସ ଓରଫ ବବି । ସାମ୍ବାଦିକ ସମ୍ମିଳନୀରେ ବବି ଥିଲେ ମଧ୍ୟ ପାଟିରୁ ତାଙ୍କର ଗୋଟିଏ ଶବ୍ଦ ବାହାରିନଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)