ଭାଇର ସୁଦ୍ଧକ୍ରିୟା ପାଇଁ ଭିକ୍ଷା ମାଗୁଛି ଭଉଣୀ... ୟା ଦୂଆରେ ତା’ ଦୂଆରେ ଛିଡ଼ା ହୋଇ ଲୁହ ଗଡ଼ାଉଛି । କ’ଣ କହିବ... କେମିତି କହି ଭିକ ମାଗିବ... ପାଟିରେ ଭାଷାନାହିଁ, କହିବାକୁ ଶବ୍ଦ ବି ନାହିଁ । ଯେମିତି କେବଳ ଏ ମହିଳାଙ୍କୁ ତାଙ୍କ ଗରିବୀ ଉପହାସ କରୁଛି । ଆଉ ଆଖିଠାରି ଥଟ୍ଟା କରୁଛି... କହୁଛି, ଭାଇର ସୁଦ୍ଧ ପାଇଁ ଭିକ ମାଗୁଛି ଭଉଣୀ ।
Published By: Sonali Ojha
Last updated: 13 September 2024, 08:03 AM IST
ଦିବ୍ୟାଙ୍ଗ ବାପାର ବୋଝ ଉଠାଉଛି କୁନି ଝିଅ । ପାଠ ପଢ଼ୁଛି... ବାପାଙ୍କ କଥା ବୁଝୁଛି... ୩ୟ ଶ୍ରେଣୀରେ ସିନା ହେଲେ ଯେମିତି ୩୦ ବର୍ଷର ମଣିଷ ଭଳି ମୁଣ୍ଡାଇଛି ପରିବାରର ଦାୟିତ୍ୱ । ବଜାରରୁ ପାଉଁରୁଟି କିଣି ଗାଁ ଗାଁ ବୁଲି ବିକ୍ରି କରୁଛି ।