Ananya Das & Chanchal Rana
ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜିଲ୍ଲାପାଳ। ଅନନ୍ୟା ଦାସଙ୍କ ହାତ ଧରିଲେ ଚଞ୍ଚଳ ରାଣା । ଇଏ ବିବାହ ପରେ ରିସେପସନ୍ ପାର୍ଟିର ଦୃଶ୍ୟ। ସମ୍ବଲପୁର ଜିଲ୍ଲାପାଳଙ୍କ ମଥାରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ସିନ୍ଦୁର । ହସ ହସ ମୁହଁରେ ଉଭୟ ଦେଉଛନ୍ତି ଫଟୋ ପୋଜ୍। ସାଙ୍ଗରେ ପରିବାର, ସାଙ୍ଗ ସାଥୀ ଓ ନିକଟ ସମ୍ପର୍କୀୟ। ଗୌହାଟୀର ଏକ ପଂଚତାରକା ହୋଟେଲରେ ଗତକାଲି ଧୁମଧାମରେ ସରିଛି ମେରେଜ୍ ସେରିମୋନି। ପାରମ୍ପରିକ ରୀତିନୀତିରେ ବ୍ୟାଣ୍ଡ, ବାଜା ଓ ବାରାତ ଧରି ବର ପହଁଚିଥିଲେ କନିଆଁ ପାଖରେ। ହାତଗଣ୍ଠି ପଡିବା ପରେ ଅନନ୍ୟାଙ୍କ ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥୀ ବନାଇଥିଲେ ଚଂଚଳ ରାଣା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)