Advertisment

Zero Night Alert: ‘ରାତି ୧୨ଟା ପରେ ମ୍ୟୁଜିକ୍ ମନା, ମଦ୍ୟପାନ କରି ଗାଡି ଚଳାଇଲେ ଜେଲ ଯିବେ’

ଜିରୋ ନାଇଟ ପାଇଁ ଟ୍ବିନ ସିଟିରେ କଟକଣା। ଚେତାବନୀ ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ। ରାତି ୧୨ଟା ପରେ ମ୍ୟୁଜିକ୍ ମନା। ହୋଟେଲ, ବାର୍, ପବରେ ରାତି ୧୨ ପରେ କାର୍ଯ୍ୟକ୍ରମ ବନ୍ଦ।

Zero Night Alert

Zero Night Alert Photograph: (OTV)

Advertisment

ଜିରୋ ନାଇଟ ପାଇଁ ଟ୍ବିନ ସିଟିରେ କଟକଣା। ଚେତାବନୀ ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ। ରାତି ୧୨ଟା ପରେ ମ୍ୟୁଜିକ୍ ମନା। ଟ୍ବିନ ସିଟି ସୁରକ୍ଷା ପାଇଁ ୧୮ ପ୍ଲାଟୁନ୍ ଫୋର୍ସ ନିୟୋଜିତ। ୨୯ଟି ସ୍ଥାନରେ ପୋଲିସର କଡା ନଜର ରହିବ, ୫ଟି କ୍ବିକ୍ ରିଆକସନ୍ ଟିମ ସଜାଗ ରହିବେ। ସମସ୍ତ ଥାନା ଅଞ୍ଚଳରେ ସେହି ଥାନା ଅଧିକାରୀ ଏକ ପାଟ୍ରୋଲିଂ ଟିମ୍ ବ୍ୟବସ୍ଥା କରିବେ। ମଦ୍ୟପାନ କରି ଘରକୁ ଫେରିବା ପାଇଁ ପ୍ଲାନିଂ ଥିଲେ ସାଙ୍ଗରେ ଡ୍ରାଇଭର୍ ଧରି ଆସନ୍ତୁ ବୋଲି କହିଛନ୍ତି ପୋଲିସ କମିଶନର।  ମଦ୍ୟପାନ କରି ଗାଡି ଚଳାଉଥିଲେ ଗାଡି ଜବତ ସହ ଡ୍ରାଇଭର୍ ଜେଲ ଯିବେ। ରାଜଧାନୀରେ ୧୮ ଟି ସ୍ଥାନରେ ନାକାବନ୍ଦୀ ରହିବ । ହୋଟେଲ, ବାର, ପବରେ ୧୨ ପରେ କାର୍ଯ୍ୟକ୍ରମ ବନ୍ଦ।

Advertisment

Zero Night Zero Night Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ