Advertisment

CMC Raid In Cuttack: ବିକୁଥିଲେ ବାସି, ମାଡିବସିଲା ସିଏମସି; ଭାସିଲା ମାଛ-ଚିକେନ୍...

ପୁଳା ପୁଳା ବାସି ଖାଦ୍ୟ । ଭଣ ଭଣ ଗନ୍ଧେଇଲାଣି ମାଛ, ଚିକେନ୍ । ଭଜା ମାଛ ଓ ଅଣ୍ଡା ଦେଖିଲେ ଖାଇବା ତ ଦୂରର କଥା ଛୁଇଁବାକୁ ବି ଘୃଣା ଲାଗୁଛି । ହେଲେ ଏହି ବାସି ଖାଦ୍ୟ ପରଷା ଯାଉଥିଲା ଲୋକଙ୍କୁ ।

CUTTACK-CMC-FOOD-RAID

CMC Photograph: (OTV)

Advertisment

ପୁଳା ପୁଳା ବାସି ଖାଦ୍ୟ । ଭଣ ଭଣ ଗନ୍ଧେଇଲାଣି ମାଛ, ଚିକେନ୍... ଥରେ ଦେଖନ୍ତୁ ଏ ଖାଦ୍ୟର କି ଅବସ୍ଥା ।  ଏ ଭଜା ମାଛ ଓ ଅଣ୍ଡା ଦେଖିଲେ ଖାଇବା ତ ଦୂରର କଥା ଛୁଇଁବାକୁ ବି ଘୃଣା ଲାଗୁଛି । ହେଲେ ଏହି ବାସି ଖାଦ୍ୟ ପରଷା ଯାଉଥିଲା ଲୋକଙ୍କୁ । ରୋଗୀଠୁ ନେଇ ସଂପର୍କୀୟ ସମସ୍ତେ ଏଇଠୁ ଖାଉଛନ୍ତି । 

ଏହି ଦୃଶ୍ୟ କଟକ ମଙ୍ଗଳାବାଗ ସ୍ଥିତ ମେଡିକାଲ ରୋଡ଼ର । ପାଖରେ ବଡ଼ ମେଡିକାଲ ଓ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ । ଦୈନିକ ଶହ ଶହ ଲୋକେ ଖାଇବାକୁ ଆସୁଛନ୍ତି ଏଠିକୁ । କିନ୍ତୁ ଦେଖନ୍ତୁ ଏଠି ଥିବା ହୋଟେଲ ଓ ଖାଦ୍ୟଷ୍ଟଲର ପରିବେଶ । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର, ଅପରିଷ୍କାର ପରିବେଶରେ ରୋଷେଇ । ତା' ସାଙ୍ଗକୁ ବାସିଖାଦ୍ୟ । ଖାଦ୍ୟ ତ ନୁହେଁ ଯେମିତି ରୋଗକୁ ନିମନ୍ତ୍ରଣ । ଯାହାକୁ ଦେଖିଲେ ଆପଣ ବାହାରେ ଖାଇବା ଭୁଲିଯିବେ ।

ମଙ୍ଗଳାବାଗ ସ୍ଥିତ ମେଡିକାଲ ରୋଡ଼ରେ ଆଜି ଚଢାଉ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ । ବାସି, ଅପମିଶ୍ରିତ ଓ ଏକ୍ସପାଏରୀ ଖାଦ୍ୟ ବିକ୍ରି ହେଉଥିବା ବେଳେ ମାଡି ବସିଛି ସିଏମସି । ଏହା ହେଉଛି ସେହି ରେଡ୍‌ ବେଳର ଦୃଶ୍ୟ । ହଣ୍ଡା ହଣ୍ଡା ବାସି ଡାଲି, ତରକାରୀ ଢାଳିଛନ୍ତି ସିଏମସି ଅଧିକାରୀ । ବିପୁଳ ପରିମାଣର ବାସି ଖାଦ୍ୟ ଜବତ ହେବା ସହ ଦୁଇଟି ହୋଟେଲକୁ ସିଲ୍ କରାଯାଇଛି ।

ଏପଟେ ବି ଟିକେ ନଜର ପକାନ୍ତୁ, ରାଜ୍ୟରେ ଗୁଟଖା, ତମାଖୁ ବ୍ୟାନ ହୋଇଥିବାବେଳେ ଏଠି ଲୁଚାଛପାରେ ଗୁଟଖା ବିକୁଥିଲେ ଦୋକାନୀ । ସିଏମସି ରେଡ୍ କରିବା ସହ କାଟିଛି ମୋଟା ଅଙ୍କର ଫାଇନ । ମେଡିକାଲ ରୋଡରେ ଥିବା ସମସ୍ତ ମେଡ଼ିସିନ ଦୋକନ, କେକ୍ ଦୋକାନ ଓ ହୋଟେଲମାନଙ୍କ ଉପରେ ଚଢ଼ାଉ କରାଯାଇଛି ଏବଂ ଦୋକାନୀମାନଙ୍କୁ ସଚେତନ କରାଯାଇଛି ।

Advertisment

କଟକରୁ ବିଶ୍ୱଜିତ୍ ଆଚାର୍ଯ୍ୟଙ୍କ ରିପୋର୍ଟ, ଓଟିଭି

Stale Food Food Safety CMC Raid Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ