ବିବାଦ ଘେରରେ ଲୋକପ୍ରିୟ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । ଚୁକ୍ତି ମୁତାବକ ଟଙ୍କା ଓ ଦାମୀ ଗାଡ଼ି ଉପହାର ନେବା ସହ ଜଗନ୍ନାଥଙ୍କ ନାଁରେ ଶପଥ କରି ବି ଯାତ୍ରା ସିଂହବାହିନୀରେ ଯୋଗ ଦେଉନଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଏହାର ମାଲିକ । ଏଣେ ସୋସିଆଲ ମିଡିଆରେ ଯାତ୍ରାପାର୍ଟି ମାଲିକଙ୍କ ଆରୋପ ଓ ପୀୟୂଷଙ୍କ ରୋକଠୋକ୍ ଜବାବ ସହ ଉଭୟଙ୍କ ମଧ୍ୟରେ ବାଦ ବିବାଦ ଏବେ ଓଡ଼ିଶା ଯାତ୍ରା ଜଗତରେ ସୃଷ୍ଟି କରିଛି ବଡ଼ ହଲଚଲ୍ । 'ଲକ୍ଷ ଲକ୍ଷ ଟଙ୍କା ନେଲେ । ମନପସନ୍ଦର ଦାମୀ ଗାଡ଼ି ଗିଫଟ୍ ପାଇଲେ । ଜଗନ୍ନାଥଙ୍କ ନାଁରେ ଶପଥ ବି କଲେ । ତାସତ୍ତ୍ବେ ବି ଆମ ଯାତ୍ରା ପାର୍ଟିକୁ ଆସିବାକୁ ଅମଙ୍ଗ ।' ଲୋକପ୍ରିୟ ଯାତ୍ରା ଆର୍ଟିଷ୍ଟ ପୀୟୂଷ ତ୍ରିପାଠୀଙ୍କ ନାଁରେ, ଅପେରା ସିଂହବାହିନୀ ମାଲିକ ସଂଜୀବ ପାଢୀଙ୍କର ଏଭଳି କିଛି ସଂଗୀନ ଅଭିଯୋଗକୁ ନେଇ ଏବେ ଉଠୁଛି ପଡୁଛି ଓଡ଼ିଶା ଯାତ୍ରା ଜଗତ ।
Published By: Santosh Kumar Sahoo
Last updated: 03 March 2025, 09:56 PM IST
ଅଦ୍ଭୁତ ବିସ୍ମୟ, ଅଜବ ଆଶ୍ଚର୍ଯ୍ୟ । ଯିଏ ଦେଖୁଛି ତାର ପଲକ ପଡ଼ୁନି ଏବଂ ଆଖି ଲେଉଟେଇ ହେଉନି । ସତେ କି ସୌନ୍ଦର୍ଯ୍ୟର ସରଗ ପୁରୀଟିଏ । ପ୍ରକୃତିର ରୋମାଞ୍ଚଭରା ରହସ୍ୟଟିଏ । ଆମେରିକାର ଆରିଜୋନାର ଗ୍ରାଣ୍ଡ କାନିୟନ ଭଳି ଦିଶୁଥିବା ପ୍ରକୃତିର ମାଷ୍ଟରପିସ୍ ଟି ଓଡ଼ିଶାର ସୁନ୍ଦରଗଡ଼ରେ ଅବସ୍ଥିତ ।