Advertisment

Suicide: ‘ଆମର ସାବତ ମା’ ଦରକାର ନାହିଁ ’... ହେଲେ ଶୁଣିଲାନି ବାପା; ଆତ୍ମହତ୍ୟା କଲେ ୨ ପୁଅ

ପ୍ରକାଶ ୧୫ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ପୁଅକୁ ୧୪ ବର୍ଷ ହୋଇଥିଲାବେଳେ ସାନପୁଅକୁ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀଙ୍କର ୩ବର୍ଷ ତଳେ ମୃତ୍ୟୁ ଘଟିଥିଲା। ହେଲେ ପ୍ରକାଶ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

Advertisment

ମା’ଯିବାର ୩ବର୍ଷ ହୋଇଗଲା ବାପା...। ସବୁବେଳେ ମା’ କଥା ମନେ ପଡ଼ୁଛି..। ଆମେ ୨ ଭାଇ ତୁମ ମୁହଁକୁ ଚାହିଁକି ମା’କୁ ଭୁଲିବାକୁ ଚେଷ୍ଟା କରୁଛୁ। ବାପା ତୁମେ ଆମକୁ ଖୁସିରେ ରଖିବ ବୋଲି ମା’ କୁ କଥା ଦେଇଥିଲ..। ଏବେ କହୁଛ ଦ୍ୱିତୀୟ ବିବାହ କରିବ। ବାପା ତମେ ଦ୍ୱିତୀୟ ବିବାହ କରନି...। ଆମେ ସମସ୍ତେ ଖୁସିରେ ଅଛନ୍ତି, ଆଗକୁ ଖୁସିରେ ରହିବା। ଆମର ସାବତ ମା’ ଦରକାର ନାହିଁ...।

Advertisment

ହେଲେ ବାପା ପୁଅ ମାନଙ୍କ କଥା ଶୁଣିନଥିଲା। ଶେଷରେ ୨ ପୁଅ ଆତ୍ମହତ୍ୟା କରିଥିଲେ। ବାପା ନିଜେ ଏହି କଥା ପୋଲିସ ନିକଟରେ ସ୍ୱୀକାର କରିଛି। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ। ପୁଲିସ ବାପା ପ୍ରକାଶ ମହାନ୍ତି ଙ୍କୁ ଅଟକ ରଖି ପଚରାଉଚରା କରୁଛି।

Murder Nayagarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ